30.1 C
Bhubaneswar
Friday, April 26, 2024
Homeଅପରାଧନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ

ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ

କଟକ: ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ । ଜୀବନ ଥିବା ପର୍ଯ୍ୟନ୍ତ ଜେଲରେ ରହିବେ ଦୋଷୀ ସାବ୍ୟସ୍ତ ଫୁକନ ଓରଫ ଖୋକନ ମାଇତି। ଆଜୀବନ ସଜ୍ଜା ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ଅଦାଲତ । ଏହା ସହ ପିଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ । ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ ଏହି ଅର୍ଥ ରାଶି । ସୂଚନାଯୋଗ୍ୟ, କଟକ ମଙ୍ଗୁଳି ଛକ ଅଞ୍ଚଳରେ ଘଟିଥିଲା ଦୁଷ୍କର୍ମ । ୨୦୧୯ ଅକ୍ଟୋବର ୩୦ ରେ ଟାଙ୍ଗୀ ଥାନାରେ ରୁଜୁ ହୋଇଥିଲା ମାମଲା । ଆସାମୀ ପଶ୍ଚିମବଙ୍ଗ ପୂର୍ବମେଦିନାପୁର ଅଞ୍ଚଳର ଫେରିବାଲା । ନାବାଳିକାର ବାପା ମା ନଥିବା ବେଳେ ନିୟମିତ ଦୁଷ୍କର୍ମ କରୁଥିଲା । ନାବାଳିକାର ମା ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାକୁ ନେଇ ଫେରାର ହୋଇ ଯାଇଥିଲା । ପୂର୍ବମେଦିନାପୁରରୁ ନାବାଳିକାକୁ ଉଦ୍ଧାର କରିଥିଲା ପୋଲିସ । ନାବାଳିକାର ଏବେ ଏକ ପୁତ୍ର ସନ୍ତାନ ରହିଛି । ୧୧ ଜଣ ସାକ୍ଷୀ ଓ ୧୮ ଟି ତଥ୍ୟ ପ୍ରମାଣ ଆଧାରରେ ଏହି ସଜ୍ଜା ମିଳିଛି । ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ରମେଶ ମହାନ୍ତି । ନାବାଳିକାକୁ ନେଇ ଫେରାର ହୋଇ ଯାଇଥିଲା ଫୁକନ । ଟାଙ୍ଗୀ ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହ ଆସାମୀକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking