36.7 C
Bhubaneswar
Tuesday, April 16, 2024
Homeଅପରାଧମରିଗଲା ମମତା, ଜନ୍ମକଲା ଛୁଆକୁ କୂଅରେ ଫିଙ୍ଗିଲା ମା’

ମରିଗଲା ମମତା, ଜନ୍ମକଲା ଛୁଆକୁ କୂଅରେ ଫିଙ୍ଗିଲା ମା’

ମୁମ୍ବାଇ: ପାଷାଣ ହୋଇଗଲା ମାଆର ହୃଦୟ । ମରିଗଲା ମମତା । ରାଗରେ ନିଜ ଜନ୍ମ କଲା ଛୁଆଙ୍କ ପ୍ରତି ଭୁଲିଗଲା ମମତା । ଜଣକ ପରେ ଜଣେ ୬ଜଣ ଛୁଆଙ୍କୁ କୂଅକୁ ଫିଙ୍ଗି ଦେଲା ପିଶାଚୀ ମାଆ । ରାଗରେ ଜଣେ ମାଆ ଯେ ଏପରି ଉଗ୍ରରୂପ ନେଇପାରେ ବିଶ୍ୱାସ କରିବା କଷ୍ଟକର । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଧଲକାଠିର ମାହଡ ଅଞ୍ଚଳରେ । ସୂଚନା ଅନୂଯାୟୀ, ମହିଳା ଜଣଙ୍କର ତାଙ୍କ ସ୍ୱାମୀଙ୍କ ସହିତ ଝଗଡା ହୋଇଥିଲା । ଶାଶୁଘରେ ଲୋକେ ମାରପିଟ୍ ମଧ୍ୟ କରିଥିଲେ । ଏଥିଯୋଗୁଁ ମହିଳା ଜଣକ ଅତ୍ୟନ୍ତ ରାଗିଯାଇଥିଲେ ।

ଏହାପରେ ସେ ନିଜର ୬ ପିଲା ୫ ଝିଅ ଓ ଗୋଟିଏ ପୁଅକୁ କୂଅରେ ଫିଙ୍ଗି ଦେଇଥିଲେ । ଏହା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ହେଲେ ମହିଳା ଜଣକ ଗାଁ ଲୋକଙ୍କ ଯୋଗୁଁ ବଞ୍ଚି ଯାଇଥିଲେ । ତାଙ୍କ ୬ଜଣ ଛୁଆ ମୃତ୍ୟୁ ହୋଇଛି । ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କୂଅ ଭିତରୁ ୬ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତ ଛୁଆଙ୍କ ବୟସ ୧୮ ମାସରୁ ୧୦ବର୍ଷ ଭିତରେ ରହିଛି । ରାଗରେ ଜଣେ ମାଆ କିପରି ଏମିତି କାଣ୍ଡ କରିପାରେ ତାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking