38.1 C
Bhubaneswar
Friday, April 26, 2024
HomeUncategorizedଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା : ପ୍ରେମିକ ଗିରଫ

ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା : ପ୍ରେମିକ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଲକ୍ଷ୍ମୀପୁର ବ୍ଲକ୍ ପଞ୍ଚଡ଼ା ପଞ୍ଚାୟତର ଡମ୍ବପଞ୍ଚଡ଼ା ଗ୍ରାମ ନିକଟ ଏକ ପାହାଡ଼ରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ କାକିରିଗୁମ୍ମା ପୁଲିସ୍ ହତ୍ୟାକାରୀ ଯୁବତୀଙ୍କ ପ୍ରେମିକ ଚୈତନ୍ୟ ଡଂଗ୍ରୀକୁ ପୁଲିସ୍ ଗିରଫ କରିଛି । କାକରିଗୁମ୍ମା ଥାନା ଅଧିକାରୀ ଧୀରେନ୍ କୁମାର ପଟ୍ଟନାୟକ ଓ ସବ-ଇନସପେକ୍ଟର କିଶୋର ଚନ୍ଦ୍ର ଚୌଧୁରୀ ଲକ୍ଷ୍ମୀପୁର ଏସ୍‌ଡିପିଓ ଅଶ୍ୱିନୀ କୁମାର ନାୟକ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଡମ୍ବପଞ୍ଚଡା ଗ୍ରାମର ମଧୁ ସୂଦନ ଖୋସ୍ଲାଙ୍କ ଝିଅ ରୁବିନା ଖୋସ୍ଲା (୨୧) ଏବଂ ସେହି ଗ୍ରାମର ଶ୍ୟାମ ଡଂଗ୍ରୀର ପୁଅ ଚୈତନ୍ୟ ମଧ୍ୟରେ ବହୁ ଦିନରୁ ପ୍ରେମ ସମ୍ପର୍କ ରହିଥିଲା । ରୁବିନା ଚୈତନ୍ୟକୁ ବିବାହ ନିମନ୍ତେ ସବୁ ବେଳେ ବାଧ୍ୟ କରୁଥିଲା । ତେଣୁ ଚୈତନ୍ୟ ନିଜ ରାସ୍ତାରୁ ହଟାଇବାକୁ ଯୋଜନା କରି ଗତମାସ ୨୬ ତାରିଖ ଅପରାହ୍ଣରେ ଚୈତନ୍ୟ ରୁବିନାକୁ ଗାଁ ନିକଟ ପାହାଡ଼କୁ ଡାକିଥିଲା । ରୁବିନା ପହଞ୍ôଚବା ମାତ୍ରେ ଚୈତନ୍ୟ ଏକ ଧାରୁଆ ଅସ୍ତ୍ରରେ ରୁବିନାକୁ ବେକ, ମୁଣ୍ଡରେ ହାଣି ହତ୍ୟା କରିଥିଲା । ରୁବିନାର ମୃତ୍ୟୁ ପରେ ଚୈତନ୍ୟ ରୁବିନା ବେକରୁ ସୁନାଗହଣା କାଢ଼ି ନେଇ କାକିରିଗୁମ୍ମାର ବ୍ୟବସାୟୀ ଜଗବନ୍ଧୁ ସାହୁଙ୍କୁ ୩୦ ହଜାର ଟଙ୍କାରେ ବିକ୍ରି କରି ନବରଙ୍ଗପୁର ଚାଲି ଯାଇଥିଲା । ସୁନା ବିକ୍ରି ପଇସାରୁ ଚୈତନ୍ୟ ନିଜେ ୧୩ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ବଳକା ୧୭ ହଜାର ନବରଙ୍ଗପୁରରେ ଥିବା ଚୈତନ୍ୟର ଅନ୍ୟ ଜଣେ ପ୍ରେମିକାକୁ ଦେଇଥିଲା । କୌଣସି ସୂତ୍ରରୁ ଖବର ପାଇ କାକିରିଗୁମ୍ମା ପୁଲିସ୍ ନବରଙ୍ଗପୁରରେ ପହଞ୍ôଚ ଚୈତନ୍ୟକୁ ଗିରଫ କରିବା ପରେ ସେ ସମସ୍ତ ଦୋଷ ମାନି ନେଇଥିବା ଜଣାପଡ଼ିଛି ।
ପ୍ରକାଶ ଯୋଗ୍ୟ, ରୁବିନା ଗତ ୧୬ ତାରିଖ ଅପରାହ୍ଣରେ ଶୌଚ ପାଇଁ ଗାଁ ମୁଣ୍ଡ ପାହାଡ଼କୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ରାତି ତମାମ୍ ଖୋଜା ଖୋଜି କରିବା ପରେ ମଧ୍ୟ ପାଇନଥିଲେ । ପରଦିନ ପୁଣି ଖୋଜିବା ବେଳକୁ ପାହାଡ଼ ନିକଟ ଏକ ବୁଦା ମୂଳରୁ ରୁବିନାର ମୃତଦେହ ଦେଖିବା ପରେ ବାପା ମଧୁସୂଦନ କାକିରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking