34.1 C
Bhubaneswar
Friday, March 29, 2024
Homeଓଡିଶାପୁଲିସ ପାଖରୁ ମିଳୁନି ନ୍ୟାୟ : ଥାନାରେ ଧାରଣା

ପୁଲିସ ପାଖରୁ ମିଳୁନି ନ୍ୟାୟ : ଥାନାରେ ଧାରଣା

ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ବୁଧପୁର ଗ୍ରାମର ଗୋଟିଏ ପରିବାରର ସଦସ୍ୟଙ୍କୁ ଆକ୍ରମଣ ଘଟଣାରେ ନ୍ୟାୟ ମିଳୁନି । ଏନେଇ ରବିବାର ରାତିରେ ଆକ୍ରମଣ ଶିକାର ପରିବାରର ସଦସ୍ୟମାନେ ଥାନା ଆଗରେ ଧାରଣା ଦେଇଥିବାବେଳେ ସମର୍ଥକଙ୍କ ସହ ସରପଞ୍ଚ ଓ ପୁଲିସ ମୁହାଁମୁହିଁ ହୋଇଥିଲେ । ଫଳରେ ଥାନା ଭିତରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନରେ ମୁକୁନ୍ଦପୁର ଗ୍ରାମର ସନ୍ତୋଷ ଜେନାଙ୍କ ୨ଟି ନଡ଼ିଆଗଛକୁ ଅନ୍ୟ ଏକ ପରିବାରର ଲୋକେ ନିଆଁ ଲଗାଇ ଜାଳି ଦେଇଥିଲେ । ସନ୍ତୋଷ ଏଥିରେ ପ୍ରତିବାଦ କରିବାରୁ ସେମାନେ ସନ୍ତୋଷଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ସନ୍ତୋଷ ଆହତ ହୋଇଥିଲେ । ପରେ ସନ୍ତୋଷ ଘଟଣା ସମ୍ପର୍କରେ ଏତଲା ଦେବାକୁ ତିହିଡ଼ି ଥାନାକୁ ଯାଇଥିଲେ । ତେବେ ସୋମବାର ପୂର୍ବାହ୍ନରେ ବୁଝାଯିବ ବୋଲି ପୁଲିସ କହିବାରୁ ସନ୍ତୋଷ ନିରାଶ ହୋଇ ଫେରିଥିଲେ । ସନ୍ତୋଷ ସନ୍ଧ୍ୟା ବେଳେ ପତ୍ନୀ ସରସ୍ୱତୀ ଓ ମା’ ଅହଲ୍ୟାଙ୍କ ସହ ଥାନା ଆଗରେ ଧାରଣା ଦେଇଥିଲେ । ତେବେ ସନ୍ତୋଷଙ୍କୁ ପୁଲିସ ଥାନା ଭିତରକୁ ନେଇଥିବାବେଳେ ସମ୍ପର୍କୀୟ ବିଭୂତି ଭୂଷଣ ପାଟ ବାହାରକୁ ଡାକିବାରୁ ତାଙ୍କୁ ମଧ୍ୟ ଅଟକ ରଖାଯାଇଥିଲା । ତେବେ ସରପଞ୍ଚ କୀର୍ତ୍ତନ ରାଉତ ଓ ସମର୍ଥକମାନେ ଆକ୍ରମଣକାରୀଙ୍କ ପରିବର୍ତ୍ତେ ବିଭୂତିଙ୍କୁ କାହିଁକି ଅଟକ ରଖାଯାଇଛି ବୋଲି ପ୍ରଶ୍ନ କରିଥିଲେ । ଏହାକୁ ନେଇ ପୁଲିସ ଓ ସରପଞ୍ଚଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ବିଭୂତିଙ୍କୁ ଛାଡ଼ିଥିଲା ପୁଲିସ୍ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking