39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଗୋଲା ନଦୀରେ ସେତୁ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ଗୋଲା ନଦୀରେ ସେତୁ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

କଳାହାଣ୍ଡି: ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ରହିଛି ୧୬ ଖଣ୍ଡ ଗାଁ । ସେମାନଙ୍କ ନିତ୍ୟ ନୈମିତ ସାମଗ୍ରୀ ପାଇଁ ଜଳ ଭଣ୍ଡାରରେ ବିପଦଶଙ୍କୁଳ ଅବସ୍ଥାରେ ଦେଶୀ ଡଙ୍ଗାରେ ପାରି ହେବାକୁ ପଡ଼ିଥାଏ । ଜଳ ଭଣ୍ଡାର ନିର୍ମାଣର ତିନି ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଏହି ବିଛିନା ଅଂଚଳରେ ଯାତାୟାତ ପାଇଁ ନାହିଁ କୌଣସି ସୁବିଧା ସୁଯୋଗ । ଯେଉଁଥିପାଇଁ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନା ଗମନ ଭଳି ମୌଳିକ ସେବା ପାଇବାରେ ଅପହଞ୍ଚ ଦୁରତାରେ ଏହି ଅଞ୍ଚଳବାସୀ । ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇବା ପରେ ଚଳିତ ଆର୍ଥିକ ବର୍ଷରେ ବିଜୁ ସେତୁ ଯୋଜନାରୁ ୫ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଖୋଦ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଆଜି – ଡି.ଚେପଟା ଘାଟ ରୁ କେ.ଚେପଟା ଘାଟ କୁ ସଂଯୋଗ କରୁଥିବା ଗୋଲା ନଦୀରେ ସେତୁ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପୋଲ ନିର୍ମାଣ ହେଲେ କଳାହାଣ୍ଡି ଜିଲ୍ଲା – ଥୁଆମୂଳ ରାମପୁର ବ୍ଲକର ଏନ.ପୋଡ଼ାପଦର ପଞ୍ଚାୟତ ଲୋକଙ୍କ ଗମନା ଗମନ ପାଇଁ ସୁବିଧା ମିଳିପାରିବ । ବ୍ଲକ ମୁଖ୍ୟାଳୟ ଅଥବା ପଞ୍ଚାୟତର ଅନ୍ୟ ଗାଁକୁ ସଂଯୋଗ କରିବା ପାଇଁ ଡଙ୍ଗାର ଆବଶ୍ୟକତା ପଡିବ ନାହିଁ । ପୋଲ ନିର୍ମାଣ ହେଲେ ପଂଚାୟତର ପ୍ରାୟ ୫ ହଜାର ଲୋକ ଉପକୃତ ହୋଇ ପାରିବେ । ୯୦ ମିଟର ଲମ୍ବ ବିଶିଷ୍ଟ ଏହି ପୋଲର ନିର୍ମାଣ କାର୍ଯ୍ୟ ଭବାନୀପାଟଣା ଗ୍ରାମ୍ୟ ଉନ୍ନୟନ ବିଭାଜନ ଦ୍ୱାରା ସମ୍ପାଦିତ ହେବ । ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ କଳାହାଣ୍ଡି ଯୁବ ବିଜେଡି ସଭାପତି ଆଦିତ୍ୟ ପ୍ରସାଦ ନନ୍ଦ , ବ୍ଲକ ଅଧ୍ୟକ୍ଷ୍ୟା ଶାନ୍ତି ମାଝୀ, ପୂର୍ବତନ WODC ମେମ୍ବର ମାଣିକ୍ୟ ଚନ୍ଦ୍ର ନାଏକ , ବ୍ଲକ ବିଜେଡି ସଭାପତି କପିଳାସ ନାଏକ , ଋତୁ ରାଜ ମାଝୀ ,ପବିତ୍ର ନାଏକ ଓ ଗ୍ରାମବାସୀ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking