ଫନି ବିପନ୍ନଙ୍କ ସମସ୍ୟାକୁ ନେଇ କଂଗ୍ରେସର ଡେଲାଙ୍ଗ ତହସିଲଦାରଙ୍କୁ ଦାବିପତ୍ର

ଡେଲାଙ୍ଗ: ଫନି ବିପନ୍ନଙ୍କ ସମସ୍ୟାକୁ ନେଇ ତହସିଲଦାରଙ୍କୁ ଦାବୀପତ୍ର ଦେଲା କଂଗ୍ରେସ । ଫନିକୁ ବିତିବାର 18 ମାସ ବିତିଯାଇଥିଲେ ମଧ୍ୟ ପ୍ରଶାସନ ବିପନ୍ନଙ୍କୁ ସହାୟତା ଦେବାରେ ବିଫଳ ବୋଲି ଅଭିଯୋଗ କରିଛି କଂଗ୍ରେସ । ତିନି ତିନି ଥର ତଦନ୍ତ ହେବା ସହ ଜିଲ୍ଲାପାଳ ସ୍ତରୀୟ ତଦନ୍ତ ମଧ୍ୟ ହେଲା ହେଲେ ଫନି ବିପନ୍ନଙ୍କୁ ସରକାରୀ ସହାୟତା ଦେବାରେ ପ୍ରଶାସନର ଟାଳଟୁଳ ନୀତି ଯୋଗୁଁ ସମସ୍ୟାରେ ବିପନ୍ନ । ସେପଟେ କିଛି ବିପନ୍ନଙ୍କ ବ୍ୟାଙ୍କ ଖାତାକୁ ପ୍ରଶାସନ ଅଚଳ କରିଥିବା ହେତୁ ଲୋକେ ଅନେକ ସମସ୍ୟାରେ ଥିବା କହିଥିଲା ବେଳେ ଆଜି କଂଗ୍ରେସ ପକ୍ଷରୁ ଫନି ବିପନ୍ନଙ୍କ ସମସ୍ୟା କୁ ନେଇ ଡେଲାଙ୍ଗ ତହସିଲଦାରଙ୍କୁ ଏକ ଦାବିପତ୍ର ଦିଆଯାଇଛି । ଏହି ଅଭିଯୋଗକୁ ନେଇ ଡେଲାଙ୍ଗ ତହସିଲ ଅଫିସ ପରିସରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଫନି ବିପନ୍ନମାନେ ଯୋଗ ଦେଇଥିବା ବେଳେ ବହୁ କଂଗ୍ରେସ କର୍ମୀ ମଧ୍ୟ ଯୋଗ ଦେଇଥିଲେ । ପୂର୍ବରୁକଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଫନି ବିପନ୍ନଙ୍କ ଏହି ସମସ୍ୟା ସମ୍ପର୍କରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଭେଟି ଅଭିଯୋଗ କରିଥିଲା ବେଳେ ଆଜି ସ୍ଥାନୀୟ ତହସିଲଦାରଙ୍କୁ ମଧ୍ୟ ଏକ ଦାବିପତ୍ର ଦେଇଛନ୍ତି । ଡେଲାଙ୍ଗ ତହସିଲଦାର ଅଭିଯୋଗକାରୀଙ୍କ ଦାବିପତ୍ର ଗ୍ରହଣ କରିବା ସହ ଆସନ୍ତା 15 ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲା ବେଳେ ଯଦି ପ୍ରତିଶୃତି ମୁତାବକ ସମସ୍ୟା ସମାଧାନ ନହୁଏ ତେବେ କଂଗ୍ରେସ ପକ୍ଷରୁ ଶ୍ରୀଯୁକ୍ତ ମିଶ୍ର ଏବଂ ନିରୁପମା ପାତ୍ର ଆଗାମୀ ଦିନରେ ବିକଳ୍ପ ପନ୍ଥା ନିଆଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here