38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗ୧୪ ହଜାର ବିଦ୍ୟାଳୟ ଓ ବିଇଡି କଲେଜ ବନ୍ଦକୁ ବିଏସପିର ପ୍ରତିବାଦ

୧୪ ହଜାର ବିଦ୍ୟାଳୟ ଓ ବିଇଡି କଲେଜ ବନ୍ଦକୁ ବିଏସପିର ପ୍ରତିବାଦ

ବଲାଙ୍ଗିର,(ଦେବାଶିଷ ମିଶ୍ର)- ଏକକୀକରଣ କରିବା ନାରେ ରାଜ୍ୟ ସରକାର ରାଜ୍ୟରେ ୧୪ ହଜାର ବିଦ୍ୟାଳୟ ଓ ୧୪ ଟି ବିଇଡି କଲେଜକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ବହୁଜନ ସମାଜ ପାର୍ଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବିଦ୍ୟାଳୟ ଗୁଡିକ ବନ୍ଦ କରିଦେବା ଦ୍ୱାରା ଲୋକେ ଶିକ୍ଷା ଗ୍ରହଣ କରିବା ଭଳିଆ ମୌଳିକ ଅଧିକାରରୁ ବଂଚିତ ହେବେ । ଏହା ସହିତ ଏକ ଶିକ୍ଷା ବିହୀନ ସମାଜ ସୃଷ୍ଟି ହେବ ଓ ଦେଶ ଧ୍ୱଂସାଭିମୁଖି ଆଡକୁ ଯିବ ବୋଲି ବିଏସପି ତରଫରୁ କୁହାଯାଇଛି । ଜିଲ୍ଲା ସଭାପତି ଦ୍ରୋଣ କୁମ୍ଭାରଙ୍କ ନେତୃତ୍ୱରେ ଦିଆଯାଇଥିବା ଦାବିପତ୍ରରେ ଦର୍ଶାଯାଇଛି ଯେ , ସରକାର ୧୪ ହଜାର ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ , ୧୪ ବିଇଡି କଲେଜ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ , ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ କରନ୍ତୁ , ଓଡିଶା ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ସାମାଜିକ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରାଯାଉ , ସରକାରୀ ପଦୋନ୍ନତି ପାଇଁ ରାଜସ୍ୱ ଓ ପରିଚାଳନା ବିଭାଗ ଦ୍ୱାରା ଜାରି କରାଯାଇଥିବା ପତ୍ରସଙ୍ଖ୍ୟା ୩୦୯୬୬/୨୨/୧୦/୨୦୨୦ ଓ ପତ୍ରସଙ୍ଖ୍ୟା ୨୭୩୪୩/୧୪/୦୯/୨୦୨୦ କୁ ବାତିଲ କରି ପତ୍ରସଙ୍ଖ୍ୟା ୧୩୮୭/୨୭/୦୭/୨୦୧୧ କୁ ଲାଗୁ କରାଯାଉ ବୋଲି ଦାବି କରାଯାଇଛି । ପୂର୍ବରୁ ଆନ୍ଦୋଳନକାରୀମାନେ ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ପରେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking