29.1 C
Bhubaneswar
Saturday, April 27, 2024
Homeଲାଇଫ୍ ଷ୍ଟାଇଲ୍ଅଦ୍ଭୁତ ପୂର୍ଵ ଫାଇଦା ଦେଇଥାଏ ଲାଉ ଜୁସ

ଅଦ୍ଭୁତ ପୂର୍ଵ ଫାଇଦା ଦେଇଥାଏ ଲାଉ ଜୁସ

ଭୁବନେଶ୍ୱର : ଲାଉରେ ୯୦ ପ୍ରତିଶତ ପାଣି ଏବଂ ୧୦ ପ୍ରତିଶତ ଫାଇବର ଥାଏ। ଏଥିରେ କାର୍ବୋହାଇଡ୍ରେଡ୍‌ ମାତ୍ରା ଆଦୌ ନ ଥାଏ। ଡାଇବେଟିସ୍‌ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି, ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡେ। ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଉ ଜୁସ୍‌ ବେଶ ଉପକାରୀ । ଡାଇବେଟିସ୍‌ ରୋଗୀ ଲାଉକୁ ଜୁସ କରି ପିଇବାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। କୋଲେଷ୍ଟରଲ ହ୍ରାସ ପାଇଁ ସକାଳୁ ସକାଳୁ ୨୦୦ଗ୍ରାମ ଲାଉ ଜୁସ ପିଅନ୍ତୁ। ନିୟମିତ ୨ ମାସ ଏପରି କରିବାପରେ କୋଲେଷ୍ଟରଲ ହ୍ରାସ ପାଇଥାଏ। ଲାଉ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଧ୍ୟ ମଜଭୁତ୍‌ ହୋଇଥାଏ।

୯୦ ଦିନ ଖାଲି ପେଟରେ ବୋତଲ ଲାଉ ଜୁସ୍‌ ପିଇଲେ ଆପଣଙ୍କ କୋଲେଷ୍ଟ୍ରଲ ସ୍ତର କମିଯାଏ । ଏହି ପନିପରିବାରେ ଅଧିକ ଦ୍ରବୀଭୂତ ଡାଏଟାରୀ ଫାଇବର ଥାଏ, ଯାହା ଆପଣଙ୍କ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିବ ।

ଲାଉ ଜୁସ୍‌ ରେ କ୍ୟାଲୋରୀ ଏବଂ ଫ୍ୟାଟ କମ୍ ଥାଏ, ଯାହା  ଓଜନ ହ୍ରାସ ପାଇଁ ଏକ ପ୍ରଭାବଶାଳୀ ପାନୀୟ  । ଏହା ବ୍ୟତୀତ, ଏଥିରେ ଫାଇବରର ମାତ୍ରା ଅଧିକ ଥାଏ,  ଯାହା ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସନ୍ତୁଷ୍ଟ ରଖେ, ଆପଣଙ୍କୁ ଭୋକିଲା ଅନୁଭବ ହୁଏ ନାହିଁ । ଏଥିରେ ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ଯଥା ଭିଟାମିନ୍ ସି, ଭିଟାମିନ୍ ବି, ଭିଟାମିନ୍ କେ, ଭିଟାମିନ୍ ଏ, ଆଇରନ୍, ପୋଟାସିୟମ୍ ଏବଂ ମାଙ୍ଗାନିଜ୍ ମଧ୍ୟ ଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking