32.1 C
Bhubaneswar
Friday, April 26, 2024
Homeଅପରାଧଲଖିମପୁର ଚାଷୀ ମୃତ୍ୟୁ ଘଟଣା ; ଡେମୋ ଦେଖାଇଲେ ଅଭିଯୁକ୍ତ ଆଶିଷ ମିଶ୍ରା

ଲଖିମପୁର ଚାଷୀ ମୃତ୍ୟୁ ଘଟଣା ; ଡେମୋ ଦେଖାଇଲେ ଅଭିଯୁକ୍ତ ଆଶିଷ ମିଶ୍ରା

ନୂଆଦିଲ୍ଲୀ : ଲଖିମପୁର ଚାଷୀ ମୃତ୍ୟୁ ଦୁର୍ଘଟଣାର ଡେମୋ ଦେଖାଇଲେ ଅଭିଯୁକ୍ତ ଆଶିଷ ମିଶ୍ରା । ହିଂସାକାଣ୍ଡ କିଭଳି ଘଟିଥିଲା ତାହା ଜଣାଇବା ପାଇଁ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନିଆଯାଇଛି । ଆଶିଷ ମିଶ୍ରାଙ୍କ ସହ ଅଛନ୍ତି ଗିରଫ ଅଭିଯୁକ୍ତ ଅଙ୍କିତ ଦାସ । ଦୁଇ ଅଭିଯୁକ୍ତ ଘଟଣାସ୍ଥଳରେ ଉପସ୍ଥିତ ରହି ସେଦିନ କେମିତି ଏହି ହିଂସାକାଣ୍ଡ ଘଟିଥିଲା ତାର ଡେମୋ ଦେଖାଇଛନ୍ତି । ଘଟଣାସ୍ଥଳରେ ଆଶିଷ ମିଶ୍ରାଙ୍କ ଉପସ୍ଥିତିକୁ ଅଙ୍କିତ ଦାସ ଏବଂ ନିଜେ ଆଶିଷ ମିଶ୍ରା ଅସ୍ୱୀକାର କରିଥିଲେ ବି ଅନୁସନ୍ଧାନ କରୁଥିବା ଲଖିମପୁର ପୁଲିସ ବର୍ତ୍ତମାନ ଆଡଭାନ୍ସ ସର୍ଭିଲାନ୍ସ ସିଷ୍ଟମର ସହାୟତା ନେବ ବୋଲି ଜଣାପଡ଼ିଛି । ଇଣ୍ଟରନେଟ୍ ସଂଯୋଗ ସହିତ ମୋବାଇଲ୍ ଟାୱାର ସାହାଯ୍ୟରେ ଆଶିଷ ମିଶ୍ରାଙ୍କ ଉପସ୍ଥିତି ନେଇ ଅନୁସନ୍ଧାନ କରିବ ପୁଲିସ । ଏଥିପାଇଁ ଆଶିଷ ମିଶ୍ରାଙ୍କ ମୋବାଇଲ୍ ନମ୍ବରର କଲ୍ ବିବରଣୀ ତଥା ତାଙ୍କ ଇଣ୍ଟରନେଟ୍ ସଂଯୋଗର ବିଲ୍ ବିବରଣୀକୁ ଯାଞ୍ଚ କରିବ ପୁଲିସ । ଅଙ୍କିତ ଏବଂ ଆଶିଷ ନିଜେ ଘଟଣାସ୍ଥଳରେ ଉପସ୍ଥିତ ନଥିବା ନେଇ ମନ୍ତବ୍ୟ ଦେଇଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ କୃଷକମାନେ ଆଶିଷ ମିଶ୍ରା ଉପସ୍ଥିତ ଦାବି କରିଛନ୍ତି । ତେବେ ଘଟଣା ଘଟିବା ବେଳେ ଆଶିଷ ଘଟଣାସ୍ଥଳରେ ଥିଲେ ନା ବାଲବୀରପୁର ଗ୍ରାମରେ ହେଉଥିବା କୁସ୍ତି କାର୍ଯ୍ୟକ୍ରମରେ ଥିଲେ, ତାହା ଜାଣିବା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking