40.1 C
Bhubaneswar
Thursday, April 25, 2024
Homeଓଡିଶାଟ୍ରେନ୍ ଲାଇନ୍ କଡରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଟ୍ରେନ୍ ଲାଇନ୍ କଡରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ବାଲେଶ୍ୱର : ଟ୍ରେନ୍ ଲାଇନ୍ କଡରୁ ମିଳିଲା ନବଜାତ ଶିଶୁକନ୍ୟାର ମୃତଦେହ। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଅନ୍ତର୍ଗତ ପୁହୁଣୀ ଗାଁରେ ଦେଖିବାକୁ ମିଳିଛି। ଗୁରୁବାର ଦ୍ବିପ୍ରହରରେ ନବଜାତ ଶିଶୁକନ୍ୟା ପୁହୁଣୀ ଗାଁ ନିକଟ ରେଳଲାଇନ କଡ ଦେଇ ଯାଇଥିବା ରାସ୍ତା କଡରେ ପଡିଥିବା ଦେଖିବାକୁ ମିଳିଥିଲା । ଏଭଳି ଘଟଣା ଶୁଣିବା ପରେ ଘଟଣାସ୍ଥଳରେ ଲୋକାରଣ୍ୟ ହୋଇଯାଇଥିଲା। ମୃତ ଶିଶୁକନ୍ୟା କିପରି ରାସ୍ତା କଡକୁ ଆସିଲା ଏହା ସ୍ପଷ୍ଟ ସୂଚନା ମିଳିନାହିଁ । ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶବଟିକୁ ଜବତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking