27.1 C
Bhubaneswar
Friday, July 11, 2025
Homeଦେଶ ବିଦେଶସେଲ୍ଫି ପାଇଁ ଚାଲିଗଲା ଜୀବନ

ସେଲ୍ଫି ପାଇଁ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ସେଲ୍ଫି ନିଶା ଆଜିକାଲି ଯୁବପିଢ଼ିଙ୍କୁ ପାଗଳ କରିଦେଇଛି । ଭଲ ସେଲ୍ଫି ପାଇଁ ଯୁବପିଢ଼ି ସବୁ ସୀମା ପାର କରିଦେଉଛନ୍ତି। ଏହାର ଏକ ଉଦାହରଣ ତୁର୍କୀର ଅଦାନା ପ୍ରାନ୍ତରେ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବତୀ ହ୍ୟାଟିସ ନୁର ଏକ ଭଲ ସେଲ୍ଫି ପାଇଁ ୧୬୪ ଫୁଟ ଉପରକୁ ଚଢ଼ିଗଲେ। କିନ୍ତୁ ସେଠାରୁ ସେ ଆଉ ଫେରି ପାରିଲେ ନାହିଁ। ଦୁର୍ଘଟଣା ବେଳେ ସେ ନିଜ ଭଉଣୀ ମଜଲୁମ ସୋଜେରୀଙ୍କ ସହ କରେସଲି ଜିଲ୍ଲା ହସିକିରି ଗାଁ ନିକଟକୁ ବୁଲିବାକୁ ଯାଇଥିଲେ। ଦୁଇ ଭଉଣୀ ଏକ ପାହାଡ ଉପରେ ଚଢି ସେଲ୍ଫି ନେଉଥିଲେ। ଇତି ମଧ୍ୟରେ ହ୍ୟାଟିସ ନିୟନ୍ତ୍ରଣ ହରାଇଥିଲେ ଓ ସେ ସେଠାରୁ ସିଧା ୧୬୪ ଫୁଟ ତଳକୁ ପଡିଯାଇଥିଲେ।

ରିପୋର୍ଟ ଅନୁଯାୟୀ, ହ୍ୟାଟିସ ଏକ ପରଫେକ୍ଟ ସେଲ୍ଫି ନେବା ପାଇଁ ନିଜ ସୁରକ୍ଷା କଥା ଭୁଲିଗଲେ। ଯେଉଁଥିପାଇଁ ସେ ଦୁର୍ଘଟଣାର ଶିକାର ହେଲେ। ସେ ନିଜ ବ୍ୟାକଗ୍ରାଉଣ୍ଡରେ ପ୍ରସିଦ୍ଧ ଭର୍ଦା ଭାୟାଡକ୍ଟ କଭର କରିବାକୁ ଚାହୁଁଥିଲେ। ସେ ଚକ୍କରରେ ସେ ପଛକୁ ପଛକୁ ଚାଲି ଯାଇଥିଲେ ଓ ତାଙ୍କ ଗୋଡ ଖସି ଯାଇଥିଲା ତାଙ୍କ ଭଉଣୀ ମଜଲୁମ ମଧ୍ୟ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ମଧ୍ୟ ହ୍ୟାଟିସଙ୍କ ସହ ତଳେ ପଡିଯାଇଥିଲେ। ଦୁର୍ଘଟଣାରେ ହ୍ୟାଟିସଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା। ତାଙ୍କ ଭଉଣୀଙ୍କୁ ମଧ୍ୟ ଅନେକ ଆଘାତ ହୋଇଥିଲା କିନ୍ତୁ ସେ ବଞ୍ଚିଗଲେ। ଉଦ୍ଧାରକାରୀ ଟିମ ହ୍ୟାଟିସଙ୍କ ଭଉଣୀକୁ ବଞ୍ଚାଇଦେଲେ କିନ୍ତୁ ହସ୍ପିଟାଲ ନେବା ବାଟରେ ହ୍ୟାଟିସଙ୍କ ମୃତ୍ୟୁ ହୋଇଗଲା।

ଦୁର୍ଘଟଣା ଅକ୍ଟୋବର ୧୧ ତାରିଖ ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ହୋଇଥିଲା। ହ୍ୟାଟିସ ନିକଟରେ ଏକ ରେସ୍ତୋରାଁରେ ସେଫ ଭାବେ କାମ କରିବା ଆରମ୍ଭ କରିଥିଲେ। ସେ ସ୍ପେନରୁ ଫେରିଥିବା ନିଜ ଭଉଣୀ ସୋଜେରିଙ୍କୁ ବୁଲେଇବାକୁ ନେଇଯାଇଥିଲେ। ସେତେବେଳେ ତାଙ୍କୁ ସେଲ୍ଫି ନେବାକୁ ମନେପଡ଼ିଲା ଓ ଭଲ ସେଲ୍ଫି ଚକ୍କରରେ ତାଙ୍କର ମୃତ୍ୟୁ ହୋଇଗଲା। ଯେଉଁଠାରେ ହ୍ୟାଟିସଙ୍କ ମୃତ୍ୟୁ ହୋଇଛି ସେହି ସ୍ଥାନରେ ପ୍ରତି ବର୍ଷ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥାଏ। ଏକ ଆକଳନ ଅନୁଯାୟୀ, ଚଳିତ ବର୍ଷ ସେଲ୍ଫି ପାଇଁ ସାରା ବିଶ୍ୱରେ ପ୍ରାୟ ୩୩୦ ଜଣଙ୍କ ମୃତ୍ୟୁ ହୋଇଛି। ସୋସିଆଲ ମିଡ଼ିଆରେ ଶୋ ଅଫ କରିବା ଚକ୍କରରେ ଅନେକ ଯୁବପିଢ଼ି ଏହିଭଳି ନିଜ ପ୍ରାଣ ହରାଉଛନ୍ତି। ହ୍ୟାଟିସଙ୍କ ମୃତ୍ୟୁ ଏହିଭଳି ଯୁବପିଢ଼ିଙ୍କ ପାଇଁ ଏକ ଉଦାହରଣ ଯେ ସେଲ୍ଫି ପାଇଁ ନିଜ ଜୀବନକୁ ବାଜି ଲଗାନ୍ତୁ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking