25.1 C
Bhubaneswar
Thursday, May 9, 2024
Homeଓଡିଶାଦରମା ନ ମିଳିବାରୁ ଘରକୁ ଫେରି ପାରୁନାହାନ୍ତି ୨୩ ଶ୍ରମିକ

ଦରମା ନ ମିଳିବାରୁ ଘରକୁ ଫେରି ପାରୁନାହାନ୍ତି ୨୩ ଶ୍ରମିକ

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଖଣିକ୍ଷେତ୍ର ଅଧିନରେ କାର୍ଯ୍ୟରତ ବିଜିଆର କମ୍ପାନୀର ସହଯୋଗୀ କମ୍ପାନୀ ପିଏସଏମ ୍‌ଏନର୍ଜି ପ୍ରାଇଭେଟ ଲିମିଟେଡ଼ ଖଣିରୁ ମାଟି ଓ କୋଇଲା ଉତ୍ତୋଳନ କାମ କରୁଛି । ଏହି କମ୍ପାନୀରେ କାର୍ଯ୍ୟରତ ଝାରଖଣ୍ଡର ୨୩ ଜଣ କର୍ମଚାରୀ କାମ କରୁଛନ୍ତି । ଝାରସୁଗୁଡାରେ କରୋନା ରୋଗୀ ଚିହ୍ନଟ ହେବାପରେ ପିଏସଏମ କମ୍ପାନୀର କର୍ମଚାରୀମାନେ କାର୍ଯ୍ୟବନ୍ଦକରି ନିଜ ରାଜ୍ୟ ଝାଡ଼ଖଣ୍ଡକୁ ଫେରିବାକୁ ଚାହୁଁଛନ୍ତି । ହେଲେ କମ୍ପାନୀ ପକ୍ଷରୁ ସେମାନଙ୍କୁ ୨ ମାସର ବକେୟା ପ୍ରାପ୍ତ ପ୍ରଦାନ କରାଯାଇ ନଥିବାରୁ ଘରକୁ ଫେରି ପାରୁ ନାହାନ୍ତି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏହି ୨୩ ଜଣ ଶ୍ରମିକ ଦରମା ଦାବି କରି ଗତ ୨ ତାରିଖରୁ କାର୍ଯ୍ୟବନ୍ଦ କରିବାସହ ବକେୟା ଦରମା ପ୍ରଦାନ କଲେ ଆମେ ନିଜ ଘରକୁ ଫେରିବୁ ବୋଲି କମ୍ପାନୀ ନିକଟରେ ଦାବି କରିଛନ୍ତି । ଏହାକୁ ନେଇ କମ୍ପାନୀ କର୍ତ୍ତୃ ପକ୍ଷ ଓ ଶ୍ରମିକ ମଧ୍ୟରେ ବିବାଦ ବଢ଼ିବାରୁ ସେମାନଙ୍କୁ ଦିଆଯାଉଥିବା ଜଳଖିଆ ବନ୍ଦ କରିବାସହ କେବଳ ନିମ୍ନ ମାନର ଭାତ ଖାଇବାକୁ ଦିଆଯାଉଥିବା ଗୌତମ ସିଂହ, ସୁମିତ ରଜକ, କିଶନ ରଜକ, ଆଶିଷ ଠାକୁର, ବ୍ରଜକିଶୋର ହାସଦା ପ୍ରମୁଖ ଅଭିଯୋଗ କରିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, କମ୍ପାନୀ ତାଙ୍କର ବକେୟା ଟଙ୍କା ପ୍ରଦାନ କଲେ ସେମାନେ ନିଜସ୍ୱ ଖର୍ଚ୍ଚରେ ଝାଡ଼ଖଣ୍ଡକୁ ଫେରିଯିବେ । ହେଲେ କମ୍ପାନୀ ଦରମା ଦେବା ବଦଳରେ ଧମକ ଦେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏ ବିଷୟରେ ସେମାନେ ଲଖନପୁର ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସହିତ ଜିଲ୍ଲାପାଳଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ଶ୍ରମିକଙ୍କ ଅଭିଯୋଗ ବିଷୟରେ ଲଖନପୁର ଖଣିକ୍ଷେତ୍ରର ମହା ପ୍ରବନ୍ଧକ ଏକେ ସିଂହଙ୍କୁ ପଚାରିବାରୁ ଶୀଘ୍ର ସମସ୍ତ ଶ୍ରମିକଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking