30.1 C
Bhubaneswar
Wednesday, April 24, 2024
Homeଓଡିଶାଜଗତସିଂହପୁର ଜିଲ୍ଲାକୁ ଡେଇଁଲା କରୋନା ,୪ ଆକ୍ରାନ୍ତ, ରାଜ୍ୟରେ ସଂଖ୍ୟା ପହଞ୍ଚିଲା ୧୮୫

ଜଗତସିଂହପୁର ଜିଲ୍ଲାକୁ ଡେଇଁଲା କରୋନା ,୪ ଆକ୍ରାନ୍ତ, ରାଜ୍ୟରେ ସଂଖ୍ୟା ପହଞ୍ଚିଲା ୧୮୫

ଭୁବନେଶ୍ୱର: ରାଜ୍ୟରେ ଏବେ ପୁଣି ନୂଆ ୫ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂଆ କରୋନା ପଜେଟିଭ ୪ ଜଣ ଜଗତସିଂହପୁର ଜିଲ୍ଲା ନାଉଗାଁର ହୋଇଥିବା ବେଳେ ଆଉ ଜଣେ କେନ୍ଦ୍ରାପଡାର ବୋଲି ସୂଚନା ମିଳିଛି । ଜଗତସିଂପୁର ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସୂଚନା ମିଳିଛି । ତେବେ ଜଗତସିଂହପୁରରେ ପ୍ରଥମ ଥର ପାଇଁ କରୋନା ଛୁଇଁଛି । ଆଉ ଜଗତସିଂହପୁରକୁ ଏବେ ଡେଇଁଲା କରୋନା । ଏହି ଜିଲ୍ଲାରେ ଏକାଥରକେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରେ ପ୍ରଥମେ  ୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବି ସୁସ୍ଥ ହଲା ପରେ ଏହି ଜିଲ୍ଲାକୁ ଗ୍ରୀନ ଜୋନ ବୋଲି ଘୋଷଣା ହୋଇଥିଲା । ଏବେ ପୁଣି ଜଣେ ଚିହ୍ନଟ ହେବା ପରେ ଜିଲ୍ଲା ଏବେ ଆକ୍ରାନ୍ତ ତାଲିକାକୁ ଆସିଗଲା । ଫଳରେ ରାଜ୍ୟର ଅଧାରୁ ଅଧିକ ଜିଲ୍ଲା ଏବେ କରୋନା ଆକ୍ରାନ୍ତ ହେଲାଣି । ଫଳରେ ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୧୭ରେ ପହଂଚିଛି । ଆଜି ଦିନ ୩ଟା ସୁଦ୍ଧା ୪ ପଜେଟିଭ ଚିହ୍ନଟ ହୋଇଥିଲେ । ଏଥିରେ ଗଂଜାମ ଜିଲ୍ଲାରୁ ଜଣେ, ବାଲେଶ୍ୱରରୁ ଜଣେ ଓ ଯାଜପୁରରୁ ୨ ଜଣ ଚିହ୍ନଟ ହୋଇଥିଲେ । ଆଉ ଏବେ ଏଥିରେ ଜଗତସିଂହପୁର ଜିଲ୍ଲା ମିଶିବା ପରପେ ଅପରାହ୍ନ ୫ଟା ସୁଦ୍ଧା ଆକ୍ରାନ୍ତଙ୍କ ସଂଖା ୯ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଂଚିଛି । ଅନ୍ୟପଟେ ୬୧ ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।
https://onakhabar.com/2020/05/06/one-more-corona-positive-case-from-jajpur/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking