38.1 C
Bhubaneswar
Tuesday, April 23, 2024
Homeଓଡିଶାଜିଲ୍ଲା ପ୍ରଶାସନ ତରଫରୁ ୧୦ ଜଣ ଶ୍ରମିକଙ୍କୁ ମାଲକାନଗିରିରୁ ରାଜସ୍ଥାନ ପଠାଗଲା

ଜିଲ୍ଲା ପ୍ରଶାସନ ତରଫରୁ ୧୦ ଜଣ ଶ୍ରମିକଙ୍କୁ ମାଲକାନଗିରିରୁ ରାଜସ୍ଥାନ ପଠାଗଲା

ମାଲକାନଗିରି : ବର୍ତମାନ କରୋନା ରୋଗ ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକଡାଉନ ହୋଇଥିବା ବେଳେ ଜିଲ୍ଲାର ବହୁ ଶ୍ରମିକ ବାହାର ରାଜ୍ୟରେ ଫସିଥିବା ବେଳେ ବାହାର ରାଜ୍ୟର ଶ୍ରମିକମାନେ ମଧ୍ୟ ବିଭିନ୍ନ ଜିଲ୍ଲା ମାନଙ୍କରେ ଫସି ରହିଛନ୍ତି । ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହେବା ପରେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନଙ୍କୁ ନିଜ ଜିଲ୍ଲା ଓ ନିଜ ଘରକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ପ୍ରଶାସନ ଚେଷ୍ଟା ଜାରି ରଖିଥିବା ବେଳେ ନିଜ ଜିଲ୍ଲାରେ ଫସି ରହିଥିବା ଶ୍ରମିକମାନଙ୍କୁ ମଧ୍ୟ ତାଙ୍କ ନିଜ ରାଜ୍ୟକୁ ପଠାଇବା ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ମାଲକାନଗିରି ସଦର ମହକୁମାରେ ଲକଡାଉନ କାରଣରୁ ଫସି ରହିଥିବା ୧୦ ଜଣ ଶ୍ରମିକଙ୍କୁ ତାଙ୍କ ରାଜ୍ୟ ରାଜସ୍ଥାନର କୋଟାକୁ ପଠାଇ ଦିଆଯାଇଛି । ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୁୟାଁଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ବସ ଯୋଗେ ଏହି ୧୦ ଜଣ ଶ୍ରମିକଙ୍କୁ ନିଜ ରାଜ୍ୟ ରାଜସ୍ଥାନକୁ ପଠାଇ ଦିଆଯାଇଛି । ଏଥିସହ ସେମାନଙ୍କୁ ମାସ୍କ ପିନ୍ଧାଇ, ଖାଦ୍ୟ ପୁଡିଆ, ପାଣି ବୋତଲ, ସାନିଟାଇଜର ଇତ୍ୟାଦି ଦେବା ସହ ନିଜ ଗ୍ରାମରେ ପହଂଚିବା ପର୍ଯ୍ୟନ୍ତ କରୋନା ସମ୍ପର୍କିତ ସମସ୍ତ ନିୟମ ପାଳନ କରିବା ପାଇଁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking