29.1 C
Bhubaneswar
Saturday, April 27, 2024
Homeଓଡିଶାକୁସୁମା ପୁସ୍ତକ ଉନ୍ମୋଚନ

କୁସୁମା ପୁସ୍ତକ ଉନ୍ମୋଚନ

ଯାଜପୁର(ଓଏନଏ) : ରବିବାର ଯାଜପୁର ବିରଜା କଲ୍ୟାଣ ମଣ୍ଡପ ପରିସରରେ କୁସୁମା ପୁସ୍ତକର ଶୁଭ ଉନ୍ମୋଚନ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭୂପତି ଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ନଟବର ଦାସଙ୍କ ରଚିତ ପୁସ୍ତକ କୁସୁମାର ଉନ୍ମୋଚିତ ଉତ୍ସବରେ ଉନ୍ମୋଚକ ଭାବେ ଯାଜପୁର ମୁନିସିପାଲିଟି ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ, ଯାଜପୁର ପୂର୍ବତନ ସାଂସଦ ଅଞ୍ଚଳ ଦାସ, ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ଵାଇଁ, ବିରଜା ପୂଜକ ମଣ୍ଡଳୀ ସଭାପତି ଦେବୀପ୍ରସାଦ ପାଣି, ପଣ୍ଡିତ ସୁବାଷ ଚନ୍ଦ୍ର ପାଣି, ଶିକ୍ଷାବିତ ମଲ୍ଲିକ,ଶିକ୍ଷକ ପ୍ରଶାନ୍ତ ରାଉତରାୟ, ଅଧ୍ୟାପକ ଦାମୋଦର ବେହେରା ପ୍ରମୁଖ ଯୋଗ ଦେଇ କୁସୁମା ପୁସ୍ତକ ର ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯାଜପୁର ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ ଯାଜପୁର ମୁନିସିପାଲିଟି ପୂର୍ବତନ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ଓ ଶିଶୁ ପ୍ରତିଭା ସୌରୀ ରଂଜିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶେଷରେ ମୀନକେତନ ସାହୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking