27.1 C
Bhubaneswar
Tuesday, May 7, 2024
Homeଓଡିଶାଦ୍ଵିତୀୟ ବାର୍ଷିକ ସ୍ବ-ନକ୍ଷତ୍ର ପ୍ରତିଷ୍ଠା ଦିବସ

ଦ୍ଵିତୀୟ ବାର୍ଷିକ ସ୍ବ-ନକ୍ଷତ୍ର ପ୍ରତିଷ୍ଠା ଦିବସ

ଯାଜପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଗ୍ରାମ ନନ୍ଦିପୁର ଗ୍ରାମପଞ୍ଚାୟତସ୍ଥିତ ନନ୍ଦିପୁର ଶାସନଠାରେ ଅଧିଷ୍ଠାତ୍ରୀଦେବୀ ମାଆ ବୁଢ଼ୀ ଜାଗୁଲାଈ ଓ ମାଆ ମଙ୍ଗଳାଙ୍କର ସ୍ବ-ନକ୍ଷତ୍ର ପ୍ରତିଷ୍ଠା ଦିବସ ସହ ନୂତନ ମନ୍ଦିରର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ମୁଖ୍ୟପୁରୋଧା ତଥା ବର୍ଷିଆନ ଶିକ୍ଷାବିତ ପଣ୍ଡିତ ରମାକାନ୍ତ ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏକ ଦିବସୀୟ ରୁଦ୍ରାଭିଷେକ ଓ ଚଣ୍ଡୀ ଯଜ୍ଞର ଆୟୋଜନ କରାଯାଇଥିଲା ।

ଯଜ୍ଞ କର୍ତ୍ତାଭାବେ ଶ୍ରୀଯୁକ୍ତ ନିହାର କୁମାର ଶତପଥୀ ଓ ଝୁନୁଲତା ଶତପଥୀ ଯୋଗଦାନ କରିଥିବାବେଳେ ଚଣ୍ଡୀ ଆଚାର୍ଯ୍ୟ ଭାବେ ପଣ୍ଡିତ ଶରତ ଚନ୍ଦ୍ର ଶତପଥୀ, ହୋତା ଭାବେ ଅକ୍ଷୟ କୁମାର ଶତପଥୀ,ସମିଧାଚାର୍ଯ୍ୟ ଭାବେ କାଳୀ ପ୍ରସାଦ ଶତପଥୀ, ଦେବୀ ପୂଜକ ଉମେଶ ଚନ୍ଦ୍ର ମିଶ୍ର, ଅଭିଷେକାଚାର୍ୟ ଭାବେ ଅଧ୍ୟାପକ ଚିନ୍ମୟ ଦାଶ ଆଦି ଯୋଗଦାନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଘଟୋତ୍ତଳନ,ସୂର୍ଯ୍ୟ ପୂଜା,ଗୁରୁ ଗୋବିନ୍ଦ ପୂଜା, ଦେବୀ ଉପଚାର ପୂଜା,ନାରାୟଣପୂଜା,ନନ୍ଦକିଶୋରଙ୍କରୁଦ୍ରାଭିଷେକ ସହ ଚଣ୍ଡୀ ଯଜ୍ଞ ଓ ପୂର୍ଣାହୁତି କାର୍ଯ୍ୟ ସମ୍ପାଦନ କରାଯାଇଥିଲା।ଏଥିରେ ସର୍ବଶ୍ରୀ ବଦ୍ରୀନାରାୟଣ ପତି, ଯତୀନ କୁମାର ଶତପଥୀ, ଅକ୍ଷୟ କୁମାର ପତି, ନିହାରକାନ୍ତ ମିଶ୍ର, ଅବିନାଶ ଶତପଥୀ, ତୁଷାର ରଂଜନ ଶତପଥୀ, ଅମିୟ କୁମାର ମିଶ୍ର, ମିଲନ ଶତପଥୀ, ରାଜେଶ ମିଶ୍ର, ରତିକାନ୍ତ ଶତପଥୀ, ରୋହିତ କୁମାର ଶତପଥୀ,ଅନିଲ କୁମାର ଶତପଥୀ, ସଭାପତିସୁଧାଂଶୁ କୁମାର ଶତପଥୀ ଓ ସୁଦୀପ୍ତ କୁମାର ଶତପଥୀଙ୍କ ସମେତ ଆଧ୍ୟାତ୍ମମନସ୍କ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁମାନେ ଯୋଗଦାନ କରିଥିବାର ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking