31.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗବଜେଟକୁ ନେଇ ବଢୁଛି ଲୋକଙ୍କ ଆଶା

ବଜେଟକୁ ନେଇ ବଢୁଛି ଲୋକଙ୍କ ଆଶା

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଆଜି ୨୦୨୧-୨୨ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିବେ । କୋରନା କାଳ ପରେ ଏହି ବଜେଟ ଉପରେ ସମସ୍ତଙ୍କ ନଜର ରହିଛି । ଏହି ବଜେଟ ସହିତ ରେଳ ବଜେଟ ମଧ୍ୟ ଆଜି ଦିନ ୧୧ଟାରୁ ସଂସଦରେ ଉପସ୍ଥାପନ କରାଯିବ । ଏଥର ପ୍ରଥମ ଥର ପାଇଁ ସଂସଦରେ ପେପରଲେସ ବଜେଟର ଉପସ୍ଥାପନା କରାଯିବ । ନୂଆ ନିଯୁକ୍ତି ସୃଷ୍ଟି ସହିତ , ସ୍ୱାସ୍ଥ୍ୟ କ୍ଷେତ୍ର , ଟିକସ ଦାତାଙ୍କ,ଏମଏସଏମଇ, କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯିବା ନେଇ ଆଶା କରାଯାଉଛି । ଏହା ପୂର୍ବରୁ ଜାନୂଆରୀ ୨୯ରେ ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା ।

ତେବେ ଏହି ବର୍ଷ ବଜେଟ ରେ କାହା ପାଇଁ କ’ଣ ରହିବ ସେ ନେଇ ଲୋକଙ୍କ ମନରେ ଅଶେଷ ଆଶା ଓ ଉତ୍କଣ୍ଠା ଭରି ରହିଛି । ଏହି ବଜେଟରେ ସାଧାରଣ ଲୋକଙ୍କୁ କି ସୁବିଧା ମିଳିବ , ଚାଷୀଙ୍କୁ କି ପ୍ରକାର ସହାୟତା ମିଳିବ , ଏହାସହ ଛାତ୍ର ଛାତୀ, ବ୍ୟବସାୟୀ , ମାନଙ୍କ ପାଇଁ କେଉଁ ପ୍ରକାର ଧ୍ୟାନ ଦିଆଯିବ ସେ ନେଇ ସମସ୍ତେ ଅପେକ୍ଷାରେ ରହିଛନ୍ତିି ।

କୋରନା ମହାମାରୀ ସାରା ବିଶ୍ୱର ଅର୍ଥନିତୀକୁ ପ୍ରଭାବିତ କରିଥିବା ବେଳେ ଭାରତରେ ଏବର୍ଷ ହେବାକୁ ଥିବା ବଜେଟରେ ସ୍ୱାସ୍ଥ୍ୟ ସେବା ଉପରେ ଅଧିକ ଧ୍ୟାନ ଦିଆଯାଇପାରେ । ମହାମାରୀରେ ସମଗ୍ର ଦେଶ ଲଢିଥିବା ବେଳେ ଦେଶରେ ସର୍ବବ୍ୟାପୀ ଟୀକା କରଣ ଚାଲୁଥିବା ସମୟରେ , ବଜେଟରେ ଏହାକୁ ସର୍ବ ପ୍ରାଥମିକତା ଦିଆଯାଇପାରେ ।

ଏହାପରେ ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦିଆଯାଇପାରେ । ଲକଡାଉନ ଓ ସଟଡାଉନରେ ପ୍ରଭାବିତ ହୋଇଥିବା ଶିଳ୍ପ, ରିୟଲ ଇଷ୍ଟେଟ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏଥର ସାଧାରଣ ବଜେଟ ଓ ରେଳ ବଜେଟ ଏକାଠି ଆସୁଥିବାରୁ ନୂତନ ରେଳ ଲାଇନ ଆରମ୍ଭ, ରେଳ କାର୍ଯ୍ୟରେ ଅଗ୍ରଗତି , ନୂତନ ରେଳ ପ୍ରଚଳନରେ ପାଇଁ ପ୍ରସ୍ତାବ ଆଗତ ହୋଇପାରେ ବୋଲି କୁୂହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking