30.1 C
Bhubaneswar
Friday, April 26, 2024
Homeଓଡିଶାକଳାହାଣ୍ଡି ରେ କରୋନା ଭୟ

କଳାହାଣ୍ଡି ରେ କରୋନା ଭୟ

ଭବାନୀପାଟଣା/କଳାହାଣ୍ଡି: ଚାଇନା ରେ ବ୍ୟାପିଥିବା କରୋନା ଭାଇରସ ଏବେ ସରା ବିଶ୍ୱ ରେ ଆତଙ୍କ ସୃଷ୍ଠି କରିଛି , ଏନେଇ କଳାହାଣ୍ଡି ଜିଲ୍ଲା ର ୪ଚାଇନା ଫେରନ୍ତା ଙ୍କ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷ୍ୟ ରୁ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି । କଳାହାଣ୍ଡି ଜିଲ୍ଲା ରେ ଏ ପର୍ଯ୍ୟନ୍ତ କୌଣସି କରୋନା ଭାଇରସ ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହିଁ । ମାତ୍ର କଳାହାଣ୍ଡି ଜିଲ୍ଲା ର କଲମପୁର ବ୍ଳକ ର ଜଣେ ମହିଳା, କେସିଙ୍ଗା ବ୍ଳକ ର ଜଣେ ପୁରୁଷ, ଲାଞ୍ଜିଗଡ଼ ବ୍ଳକ ର ଜଣେ ମହିଳା ଓ ପୁରୁଷ ସମେତ ୪ ଜଣ ଙ୍କ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷ ରୁ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷ ରୁ କଲମପୁର,କେସିଙ୍ଗା ଓ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଚିଠି ମାଧ୍ୟମ ରେ ସତର୍କ ସୂଚନା ଦିଆଯାଇଛି । ଏହି ଲୋକମାନେ ମାସେ ତଳେ ଚାଇନା ରୁ ଗାଁ କୁ ଫେରିଥିଲେ ।ସ୍ବରାଷ୍ଟ୍ର ମନ୍ତ୍ରାଳୟ ର ନିର୍ଦ୍ଦେଶ କ୍ରମେ ଏହି ୪ ଜଣ ଙ୍କ ସ୍ୱସ୍ଥ୍ୟବସ୍ଥା ଉପରେ ଆସନ୍ତା ୨୮ ଦିନ ପର୍ଯ୍ୟନ୍ତ ନଜର ରଖାଯିବ। ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ୩ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିଠି ପଠାଇବା ସୂଚନା ମିଳିଛି ତେବେ ସେମାନେ ଫେରିବାର ୨୮ ଦିନ ପୁରିସାରିଛି । ସେଭଳି କୌଣସି ଲକ୍ଷଣ ଦେଖାଯାଇନଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking