33.1 C
Bhubaneswar
Thursday, April 25, 2024
Homeଓଡିଶା୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ

୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ

ଭୁବନେଶ୍ୱର: ଆଜି ବିଧାନସଭାରେ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍ ଉପସ୍ଥାପନ କରିବେ । ଏଥର ରାଜ୍ୟ ବଜେଟ୍ର ଆକାର ବଢି ୧ ଲକ୍ଷ ୫୩ ହଜାର କୋଟି ଛୁଇଁବାର ସମ୍ଭାବନା ରହିଛି । ଯଦିଓ ରାଜ୍ୟର ଆର୍ଥିକ ସ୍ଥିତି ସେତେ ସ୍ୱଚ୍ଛଳ ନାହିଁ ତଥାପି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିର ରଖି ସରକାର କେତେକ ଜନହିତକର ଯୋଜନା ଆଣିପାରନ୍ତି ।
ରାଜ୍ୟର ବିକାଶ ହାରକୁ ତ୍ୱରାନ୍ୱିତ କରିବାକୁ ଅର୍ଥମନ୍ତ୍ରୀ କେତେ ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିପାରନ୍ତି । ବଜେଟରେ ଫାଇଭ-ଟି, ମୋ ସରକାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ । ବଜେଟର ଆକାର ଦେଢ ଲକ୍ଷ କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଉଛି । ୨୦୧୯-୨୦୨୦ରେ ବଜେଟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି ଥିଲା ।
ଚଳିତ ବଜେଟ୍ରେ ଫୋକସ୍ରେ ରହିପାରେ ଫାଇଭ୍ ଟି, ମୋ’ ସରକାର ସହ ପୁରୀ, ଲିଙ୍ଗରାଜ ଆଦି ତୀର୍ଥସ୍ଥଳୀର ବିକାଶ । ଏସବୁ ବାଦ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦିଆଗଲେ କିଭଳି ବ୍ୟୟ ବରାଦ ହେବ ତା ଉପରେ ମଧ୍ୟ ନଜର ରହିଛି । ବିଗତ ଆର୍ଥିକ ବର୍ଷରେ ରାଜ୍ୟରେ ଅଭିବୃଦ୍ଧି ହାର ୭.୯୦ ପ୍ରତିଶତ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୬.୧୬ ପ୍ରତିଶତକୁ ଖସିବା ନେଇ ଆକଳନ କରାଯାଇଛି । ଗତକାଲି ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ତେବେ ଚଳିତ ବର୍ଷ ମୁଣ୍ଡ ପିଛା ଆୟ ୫ ପ୍ରତିଶତ ବଢିଥିଲେ ମଧ୍ୟ ଜାତୀୟ ହାର ତୁଳନାରେ ଏହା କମ୍ ରହିଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking