30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପବନରେ ଉଡୁଛି ସପିଙ୍ଗ ମଲ୍ ଏବଂ ସ୍ୱିମିଙ୍ଗ ପୁଲ୍

ପବନରେ ଉଡୁଛି ସପିଙ୍ଗ ମଲ୍ ଏବଂ ସ୍ୱିମିଙ୍ଗ ପୁଲ୍

ନୂଆଦିଲ୍ଲୀ: ଆକାଶରେ ଉଡାଜାହାଜ ଆପଣ ନିଶ୍ଚୟ ଦେଖିଥିବେ । କିନ୍ତୁ କେବେ ଉଡନ୍ତା ହୋଟେଲ କିମ୍ବା ଉଡନ୍ତା ସ୍ୱିମିଙ୍ଗ ପୁଲ୍ ଦେଖିଛନ୍ତି କି? ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ଏକଥା ଶୁଣି । ମନରେ ପ୍ରଶ୍ନ ଉଠୁଥିବ ଏଇଟା କ’ଣ ସମ୍ଭବ ? ତେବେ ଆପଣଙ୍କ ପ୍ରଶ୍ନର ଉତ୍ତର ହଁ । ବୈଜ୍ଞାନିକମାନଙ୍କ ରିସର୍ଚ୍ଚ ଏବଂ ଆବିଷ୍କାର ବଳରେ ସେ ଦିନ ମଧ୍ୟ ଆଉ ବେଶୀ ଦୂର ନୁହେଁ । ଖୁବଶୀଘ୍ର ଉଡନ୍ତା ହୋଟେଲ ମଧ୍ୟ ଦେଖିବାକୁ ମିଳିବ ।

ମିଳିଥିବା ଏକ ସୂଚନା ଅନୁଯାୟୀ, ଉଡନ୍ତା ହୋଟେଲ ଏକ ପ୍ରକାର ଉଡାଜାହାଜ ସଦୃଶ ହେବ । ତେବେ ଏହି ହୋଟେଲ କେବେ ଭୂମିକୁ ଓହ୍ଲାଇବ ନାହିଁ । ଏଥିରେ ପ୍ରାୟ ୫,୦୦୦ ଯାତ୍ରୀଙ୍କ ପାଇଁ ବସିବାର ସୁବିଧା ରହିଛି । ଏହାବ୍ୟତୀତ ଅନ୍ୟାନ୍ୟ ଲଗଜରୀ ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ରହିବ । ତେବେ ଏହି ଉଡନ୍ତା ହୋଟେଲରେ ରେଷ୍ଟୁରାଣ୍ଟ ସହ ସପିଙ୍ଗ ମଲ୍, ଜିମ୍, ଥିଏଟର ଏବଂ ସ୍ୱିମିଙ୍ଗ ପୁଲ୍ ମଧ୍ୟ ରହିବ ।

ଏହି ଫ୍ଲାଇଙ୍ଗ ହୋଟେଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଚାଲୁଥିବା ଏକ ସ୍କାଏ କ୍ରୁଜ । ଏଥିରେ ନ୍ୟୁକ୍ଲିୟର ଫ୍ୟୁଜନ ସାହାଯ୍ୟରେ ସଞ୍ଚାଳିତ ହେଉଥିବା ୨୦ଟି ଇଞ୍ଜିନ ସଂଯୋଗ ହେବ । ତେବେ ତଳକୁ ନ ଓହ୍ଲାଇବା ପାଇଁ ଏହାକୁ ସ୍ୱତନ୍ତ୍ର ପଦ୍ଧତିରେ ତିଆରି କରାଯିବ । ଅନ୍ୟ ଏୟାରଲାଇନ କମ୍ପାନୀର ଉଡାଜାହାଜ ଯାତ୍ରୀମାନଙ୍କୁ ଏହି ହୋଟେଲ ନିକଟକୁ ଆଣିବା ପରେ ସେମାନେ ଏହି ଆକାଶରେ ହିଁ ଫ୍ଲାଇଙ୍ଗ ହୋଟେଲକୁ ଏଣ୍ଟ୍ରି କରିବେ । ଏପରିକି ଏହାର ମେଣ୍ଟେନାନ୍ସ କାମ ମଧ୍ୟ ଆକାଶରେ ହିଁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking