29.1 C
Bhubaneswar
Sunday, April 28, 2024
Homeଓଡିଶାଟିକା ନେଲା ଓକିଲ ସଂଘ

ଟିକା ନେଲା ଓକିଲ ସଂଘ

କେନ୍ଦୁଝର :   କରୋନା ଦ୍ୱିତୀୟ ଲହରି ତାର କାୟା ବିସ୍ତାର କରିଚାଲିଛି । ଏହି ଲହରୀକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ ଟୀକାକରଣ ଜାରିରହିଛି । କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ସମସ୍ତ କରୋନା ଯୋଦ୍ଧାଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକାକରଣ କରାଯାଇଥିଲା ବେଳେ ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ ଚାଲିଛି । ଗତ ୭ ତାରିଖରୁ ରାଜ୍ୟ ସରକାର ୧୮ ରୁ ୪୪ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତି ଙ୍କ ପାଇଁ ସାରା ରାଜ୍ୟରେ ଟୀକାକରଣ ଆରମ୍ଭ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର କ୍ୟାମ୍ପ ମାଧ୍ୟମରେ ଟୀକାକରଣ କରାଯାଇଛି । ଆଜି ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ଟୀକାକରଣ କ୍ୟାମ୍ପର ଆୟୋଜନ କରାଯାଇଛି । ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ କୁ ୧୮ ରୁ ୪୪ ବର୍ଷୀୟ ସଦସ୍ୟଙ୍କ ସ୍ୱତନ୍ତ୍ର ଟୀକାକରଣ ପାଇଁ ନିବେଦନ କରାଯାଇଥିଲା । ଆଜି ଏହି ଆବେଦନ ଆଧାରରେ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ଟୀକାକରଣ କାରଯାଇଛି । ଓକିଲ ସଂଘ ବରିଷ୍ଠ ଓକିଲ ପ୍ରତିମା ପରିଜା ଏହି କ୍ୟାମ୍ପକୁ ଫିତା କାଟି ଉଦଘାଟନ କରିଥିଲେ । କ୍ୟାମ୍ପ ମଧ୍ୟରେ ସହରରେ କୋବିଡ଼ ରୋଗୀଙ୍କୁ ଶବ ଦାହ କରୁଥିବା ସିଦ୍ଧେଶ୍ୱର ନାଏକ, ସୁକଦେଵ ନାଏକ, ଅନନ୍ତ ନାଏକ ଙ୍କୁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ଓକିଲ ସଂଘର ସମ୍ପାଦକ ଆଲୋକ ମହାନ୍ତ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକାରିଣୀ ର ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କ୍ୟାମ୍ପକୁ ନେଇ ଓକିଲ ସଂଘର ସଦସ୍ୟ ମାନେ ବେଶ ଖୁସି ଥିବା ବେଳେ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଦେଇଛନ୍ତି ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking