32.1 C
Bhubaneswar
Thursday, March 28, 2024
Homeଓଡିଶାକେନ୍ଦ୍ରାପଡା ସହରର ଫଳ ଦୋକାନରେ  କରୋନାର ଯୋରଦାର ପ୍ରଭାବ ପଡିଛି

କେନ୍ଦ୍ରାପଡା ସହରର ଫଳ ଦୋକାନରେ  କରୋନାର ଯୋରଦାର ପ୍ରଭାବ ପଡିଛି

କେନ୍ଦ୍ରାପଡା : ସହରର ଫଳ ଦୋକାନରେ  କରୋନାର ଯୋରଦାର ପ୍ରଭାବ ପଡିଛି । ଫଳରେ ଫଳ ବ୍ୟବସାୟୀଙ୍କର ହଜାର ହଜାର ଟଙ୍କାର ଫଳ ନଷ୍ଟ ହୋଇଯିବା ଆଶଙ୍କା ସୃଷ୍ଟିହୋଇଛି । ଆସନ୍ତାକାଲି ଶାବିତ୍ରୀ ବ୍ରତ । ଏହି ବ୍ରତରେ ନାନାଜାତିର ଫଳ ଭୋଗ ହେବାର ବିଧିରହିଛି । ଏହି ସମୟରେ ଫଳ ବ୍ୟବସାୟୀମାନେ ଆମ୍ବ, ସପୁରୀ,କଦଳୀ, ପିଜୁଳି, ଡାଳିମ୍ବ, ଜାମୁକଞଳି, ଖଜୁରୀକୋଳି, ସଫେତା, ଲିଚୁ , ଜାମୁଡୋଳ , ସେଓ, ଅଙ୍ଗୁର ଆଦି ଫଳ କିଣି ଦୋକାନରେ ଠୁଳକରି ବ୍ୟବସାୟ କରିବାକୁ ବସିଥିଲେ । ସାବିତ୍ରୀ ବ୍ରତ ପୂର୍ବଦିନ ଲୋକେ ଦିନସାରା ଫଳଦୋକାନରୁ ଫଳ କିଣିଥାନ୍ତି । କରୋନା ଲକଡାଉନ ଯୋଗୁ କମ୍ ସଂଖ୍ୟାରେ ଲୋକେ ବଜାରକୁ ଆସୁଥିବାରୁ ବେପାର ମାନ୍ଦା ହୋଇଥିଲା । ଆଜି ଲକଡାଉନ ଯୋଗୁ କେନ୍ଦ୍ରାପଡା ସହରର ଫଳଦୋକାନ ଗୁଡିକୁ ୧୧ଟା ବେଳକୁ ବନ୍ଦ କରିଦେଲା ପ୍ରଶାସନ । ଏଣୁ ସବୁ ଫଳଦୋକାନରେ ଗଦାଗଦା ପାଚିଲା ଫଳ ଜମା ହୋଇରହିଛି । ଯେଉଁ ଫଳକି କେବଳ ସାବିତ୍ରୀ ବ୍ରତପାଇଁ ଲୋକେ କିଣିଥାନ୍ତି । ଏସବୁ ଫଳ ଅନ୍ୟଦିନେ କେହି ପଚାରନ୍ତି ନାହିଁ । ଏସବୁ ପାଚିଲା ଫଳ ବିକ୍ରି ନହୋଇପାରିଥିବାରୁ ଏହା ବ୍ୟବସାୟୀ ମାନଙ୍କୁ ବହୁ କ୍ଷତିରେ ପକାଇବବୋଲି ଅଭିଯୋଗ କରିଛନ୍ତି ଫଳ ବ୍ୟବସାୟୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking