30.1 C
Bhubaneswar
Friday, April 26, 2024
Homeଓଡିଶାକେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମାବେଶ : କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର କର

କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମାବେଶ : କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର କର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନାକ୍‌ଟିଦେଉଳ ହାଟପଦାଠାରେ ନାକ୍‌ଟିଦେଉଳ, କିସିଣ୍ଡା ଓ ଶିମିଳିପାଳ ୩ ରେଞ୍ଜର ଶତାଧିକ କେନ୍ଦୁପତ୍ର ତୋଳାଳି ଏବଂ ସିଜିନାଲ୍ କର୍ମଚାରୀଙ୍କ ଉପସ୍ଥିତିରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବିଶାଳ ସମାବେଶ ତଥା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଡିଭିଜନ ସମ୍ପାଦକ କିଶୋର ପ୍ରଧାନ ସ୍ୱାଗତ ଭାଷଣ ଦେଇ ରେଞ୍ଜ ତଥା ଡିଭିଜନର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସମାବେଶରେ ବିଭିନ୍ନ ସମସ୍ୟା ମଧ୍ୟରେ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ଲାଗୁ କରିଥିବା ୧୮ ପ୍ରତିଶତ ଜିଏସ୍‌ଟି ପ୍ରତ୍ୟାହାର କରି ନଥିବାରୁ ଘୋର ଉଦ୍‌ବେଗ ପ୍ରକାଶ କରିବା ସହ ତୀବ୍ର ପତିକ୍ରିୟା ପ୍ରକାଶ କରାଯାଇଥିଲା । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜିଏସ୍‌ଟି ପ୍ରତ୍ୟାହାର କରିବା ପାଇଁ ୨ଟି ଚିଠି ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସଂଘ ପକ୍ଷରୁ ପୁନର୍ବାର ଡିସେମ୍ବର ୩ ତାରିଖରେ ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

କିନ୍ତୁ ଏହି ବିଷୟରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁ ନଥିବାରୁ ସମାବେଶରେ ଦୁଃଖ ପ୍ରକାଶ କରାଯାଇଥିଲା । ଚଳିତ ବର୍ଷ ସର୍ବନିମ୍ନ ମଜୁରି ଯାହା ୨୦୧୮ ମସିହାରେ ସଂଶୋଧିତ ହୋଇଥିଲା ତାହା ଏବେ ୪ବର୍ଷ ପୁରୁଣା ହେଲାଣି । ଇତି ମଧ୍ୟରେ ଦରଦାମ୍ ଓ ଆର୍ôଥକ ସ୍ଥିତି ଆକାଶ ଛୁଆଁ ହୋଇଥିବାରୁ ୨୦୧୩ ମସିହା ବିଶ୍ୱ ଶ୍ରମିକ ଦିବସରେ ନୂତନ ମଜୁରି ହାର ଘୋଷଣା କରାଯାଇ ସିଜିନାଲ୍ କର୍ମଚାରୀଙ୍କ ଯେଉଁ ହାରରେ ମଜୁରି ବୃଦ୍ଧି କରାଯାଇଛି ତାକୁ ଲାଗୁ କରିବା ପାଇଁ ଦାବି କରାଯାଇଥିଲା ।
ଏଠାରେ ଉଲ୍ଲେଖ ଥାଉକି କେନ୍ଦୁପତ୍ର ତୋଳାଳିଙ୍କ ଠୁ ଆରମ୍ଭ କରି ସିଜିନାଲ୍ କର୍ମଚାରୀ ସେମାନଙ୍କ ପିଲାଙ୍କ ଛାତ୍ର ବୃତ୍ତି, କନ୍ୟା ବିବାହ, ଚିକିତ୍ସା ସହାୟତାରୁ ବଞ୍ଚିତ ହେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ନିଜର ପାଣ୍ଠିରୁ ବଜେଟ୍ ଅନ୍ତର୍ଭୁକ୍ତ କରି ୨ ଶହ କୋଟି ଟଙ୍କା ମଞ୍ଜୁର କରନ୍ତୁ ବୋଲି ଦାବି ହୋଇଥିଲା ।

ରେଢ଼ାଖୋଲ ଡିଭିଜନରେ ଖାଲି ଥିବା ପଦବୀକୁ ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ କରିବା ସହ ପଦବୀ ପୂରଣ ପାଇଁ ଦାବି କରାଯାଇଛି । ଡିଏସ୍‌ର ମଜୁରି ଦେବାରେ ମୁନସୀ ଏବଂ କର୍ମଚାରୀମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏହି ସମାବେଶରେ ରାଜ୍ୟ ସମ୍ପାଦକ ସଞ୍ଜିତ ମହାନ୍ତି, ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତୁଜା, ରାଜ୍ୟ ସମ୍ପାଦକ ଅନାଦି ସାହୁ, ରେଞ୍ଜ୍ ସମ୍ପାଦକ ଭିକାରୀ ପ୍ରଧାନ, ନାକ୍‌ଟିଦେଉଳ ଅଧ୍ୟକ୍ଷା ସ୍ୱରୂପା ରାଣୀ ସାହୁ, ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ସାହୁ, ନାକ୍‌ଟିଦେଉଳ ସରପଞ୍ଚ ଜିତେନ୍ଦ୍ର ସାହୁ, ସାହେବୀ ସରପଞ୍ଚ ରାମ ପ୍ରସାଦ ସାହୁ, ସରାପାଲି ସରପଞ୍ଚ ଶିବାନୀ ବାରିକ, ପରୀକ୍ଷିତ ସାହୁ, ଗନ୍ଧର୍ବ ପ୍ରଧାନ, କାର୍ତ୍ତିକ ପ୍ରଧାନ, ଜିତେନ୍ଦ୍ରିୟ ଷଣ୍ଢ, ନିଳାଦ୍ରି ପ୍ରଧାନ, ଅଖୁଜ ପ୍ରଧାନ, କପିଳେଶ୍ୱର ଧର, କୁଞ୍ଜ ବିହାରୀ ରାଉଳ, ତ୍ରିନାଥ ସାହୁ, ତ୍ରିବେଣୀ ରାଉଳ, ଅଞ୍ଜଳି ଦୀପ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking