28.1 C
Bhubaneswar
Saturday, April 27, 2024
Homeଓଡିଶାମାଛମାରୁଥିଲେ ମହିଳା, ଟାଣିନେଲା କୁମ୍ଭୀର

ମାଛମାରୁଥିଲେ ମହିଳା, ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା : ଭିତରକନିକା ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟସ୍ଥ ନଦୀକୁ ମାଛ ଧରିବାକୁ ଯାଇଥିବାବେଳେ ରାଜନଗର ବେକ୍ଟା ଗ୍ରାମର ଜଣେ ମହିଳାଙ୍କୁ ଶନିବାର କୁମ୍ଭୀର ଟାଣି ନେଇଛି । ଏପର୍ଯ୍ୟନ୍ତ ମହିଳାଙ୍କ ପତା ମିଳିନଥିବା ବେଳେ ବନବିଭାଗ ଓ ଗ୍ରାମବାସୀଙ୍କ ପକ୍ଷରୁ ଖୋଜାଖୋଜି ଜାରିରହିଛି । ସୂଚନା ଅନୁଯାୟୀ, ରାଜନଗର ଭେକ୍ଟା ଗ୍ରାମର ଉମାରାଣି ପରିଡ଼ା (୪୦) ଅନ୍ୟ ୪ଜଣ ସାଥୀ ମହିଳାଙ୍କ ସହିତ ମିଶି ଭିତରକନିକା ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀକୁ ମାଛ ଧରିବାକୁ ଯାଇଥିଲେ । ତେବେ ସେମାନେ ନଦୀରେ ପଶି ଆର ପାଟକୁ ଯାଉଥିବା ବେଳେ ପାଣି ମଧ୍ୟରେ ଏକ ବିଶାଳ ବଉଳା କୁମ୍ଭୀର ଉମାଙ୍କୁ ଟାଣି ନେଇଥିଲା ।

ସାଥୀ ମହିଳାମାନେ ପାଟିକରିବା ସହିତ ଏକଥା ଜଣାଇବାରୁ ଗ୍ରାମର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏ ସମ୍ପର୍କରେ ବନବିଭାଗକୁ ମଧ୍ୟ ଖବର ଦିଆଯାଇଥିଲା । ଏକ ହୁଲିଡ଼ଙ୍ଗା ସହାୟତାରେ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ଖୋଜା ଖୋଜି ଜାରିରଖିଥିବା ସୂଚନା ମିଳିଛି । ତେବେ ରିପୋର୍ଟ ଲେଖାଯିବା ବେଳେକୁ ଉମାରାଣୀଙ୍କର କୌଣସି ଖବର ମିଳିନାହିଁ । ବର୍ତ୍ତମାନ ଭିତରକନିକାରେ କୁମ୍ଭୀରଙ୍କ ପ୍ରଜନନ ଋତୁ ଚାଲିଥିବାରୁ ଏହି ସମୟରେ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥିବା ସୂଚନା ମିଳିଛି ।

ତେବେ ନିକଟସ୍ଥ ଗ୍ରାମର ମହିଳା ନିଜ ପରିବାରର ଆବଶ୍ୟକତା ପୂରଣ କରିବାକୁ ଯାଇ ନଦୀକୁ ମାଛ ମାରିବାକୁ ଆସୁଥିବାବେଳେ କୁମ୍ଭୀର ଆକ୍ରମଣର ଶିକାର ହେଉଥିବା ସୂଚନା ମିଳିଛି ।  ଅନ୍ୟପକ୍ଷେ ଭିତରକନିକାରେ ପ୍ରବାହିତ ବିଭିନ୍ନ ନଦୀନାଳରେ ସଂଖ୍ୟାଧିକ କୁମ୍ଭୀର ବସବାସ କରୁଥିବା ବେଳେ ଏହା ସ୍ଥାନୀୟ ଜନସାଧାରଣଙ୍କ ପାଇଁ ବିପଦର କାରଣ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking