35.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଚୀନର ନୂଆ ଆଇନ; ଦେଶର ଯବାନଙ୍କୁ ସମାଲୋଚନା କରାଯାଇପାରିବ ନାହିଁ

ଚୀନର ନୂଆ ଆଇନ; ଦେଶର ଯବାନଙ୍କୁ ସମାଲୋଚନା କରାଯାଇପାରିବ ନାହିଁ

ବେଜିଂ: ଚୀନ ସରକାର ଦେଶରେ ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି। ସୈନ୍ୟବାହିନୀ ସହାୟତାରେ ସବୁକିଛି ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଦେଶର ସରକାର ଏହି ନୂଆ ଆଇନରେ ସୈନ୍ୟବାହିନୀ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ନିଷେଧ କରିଛନ୍ତି। ଭାରତ ସହିତ ସୀମା ବିବାଦ ଲାଗି ରହିଥିବାବେଳେ ଦେଶରେ ଯବାନମାନଙ୍କ ବିରୁଦ୍ଧରେ ଅନେକ ସମୟରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ଏଭଳି ଆଇନ ପ୍ରଣୟନ କରାଯାଇଛି। ଆଇନରେ ଉଲ୍ଲେଖ ରହିଛି ଯେ କିଛି ସଂଗଠନ ଅଥବା ବ୍ୟକ୍ତିବିଶେଷ କିଛି ବି ଉପାୟରେ ସୈନ୍ୟବାହିନୀ ଯବାନ ଓ ଅନ୍ୟ କର୍ମଚାରୀଙ୍କ ବିରୁଦ୍ଧରେ ଅଶାଳୀନ ଅଥବା ଆପତ୍ତିଜନକ ମନ୍ତବ୍ୟ ଦେଇପାରିବେ ନାହିଁ। କେହି ସୈନ୍ୟବାହିନୀର ସଦସ୍ୟଙ୍କ ଖ୍ୟାତିରେ ଆଞ୍ଚ ଆସିବା ଭଳି ବା ସେମାନଙ୍କୁ ଅପମାନିତ କଲାଭଳି କିଛି କହିପାରିବେ ନାହିଁ ବୋଲି ଦେଶର ସରକାରୀ ପରିଚାଳିତ ଖବର ସରବରାହ ସଂସ୍ଥା ଜିନହୁଆ କହିଛି। ଏହି ନୂଆ ଆଇନକୁ ନ୍ୟାସନା ପିପୁଲ୍ସ କଂଗ୍ରେସର ଷ୍ଟାଣ୍ଡିଂ କମିଟି ମୋହର ମାରିଛି। ସୂଚନାଯୋଗ୍ୟ ଯେ ନିକଟରେ ଗତବର୍ଷ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତୀୟ ସୈନ୍ୟଙ୍କ ସହିତ ସଂଘର୍ଷରେ ପ୍ରାଣ ହରାଇଥିବା ପିପୁଲ୍ସ ଲିବରେସନ ଆର୍ମିର ସୈନ୍ୟଙ୍କୁ ଅପମାନିତ କଲାଭଳି ମନ୍ତବ୍ୟ ଦେଇଥିବାରୁ ନିକଟରେ ଚୀନର ଜଣେ ଲୋକପ୍ରିୟ ବ୍ଲଗରଙ୍କୁ ଆଠମାସ ଜେଲ ଦଣ୍ଡାଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking