28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପରଲୋକରେ ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନି

ପରଲୋକରେ ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନି

ନୂଆଦିଲ୍ଲୀ : ପରଲୋକରେ ପଦ୍ମଶ୍ରୀ ପୁରସ୍କାର ସମ୍ମାନିତ ତଥା ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନି । ଜାନୁଆରୀରେ ୨୬ରେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି ମିଲେନା । ମିଲେନା ସାଲଭିନିଙ୍କ ମୃତ୍ୟୁରେ ଶୋକର ଛାୟା ଖେଳି ଯାଇଛି । ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ମିଲେନା ସାଲଭିନିଙ୍କର ବୁଧବାରକୁ ଦେହାନ୍ତ ହୋଇଥିଲା । ସେ ଇଟାଲୀରେ ଜନ୍ମଗ୍ରହଣ କରିଥିଲେ ହେଲେ ସେ ଫ୍ରାନ୍ସର ନାଗରିକ ଥିଲେ । ଅଭିନୟ କ୍ଷେତ୍ରରେ ତାଙ୍କର ବହୁତ ବଡ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୧୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନିଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହ ଉପରାଷ୍ଟ୍ରପତି, ନେତା ସମେତ ବହୁ ବଡ ବଡ କଳାକାର ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ ମାଧ୍ୟମରେ ମିଲେନା ସାଲଭିନିଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଆଗ୍ରହ ପାଇଁ ଶ୍ରୀମତୀ ମିଲେନାସର୍ବଦା ଭାରତୀୟଙ୍କ ହୃଦୟରେ ସ୍ମରଣୀୟ ହୋଇ ରହିବେ । ଫ୍ରାନ୍ସରେ କଥାକାଲି ନୃତ୍ୟକୁ ଲୋକପ୍ରିୟ କରିବା ପାଇଁ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଲେଖି ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମିଲେନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking