28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଏହି କାରଣ ପାଇଁ ଟ୍ରୋଲ ହେଲେ ରଶ୍ମିକା

ଏହି କାରଣ ପାଇଁ ଟ୍ରୋଲ ହେଲେ ରଶ୍ମିକା

ମୁମ୍ବାଇ: ଚଳଚ୍ଚିତ୍ର ‘ପୁଷ୍ପା ଦି ରାଇଜ୍’ ପାଇଁ ଅଭିନେତ୍ରୀ ରଶ୍ମିକା ମନ୍ଦନା ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି । ଏହି ଚଳଚ୍ଚିତ୍ରରେ ରଶ୍ମିକା ଅଲୁ ଅର୍ଜୁନଙ୍କ ସହ କାମ କରିଛନ୍ତି । ଯେଉଁଥିରେ ଦର୍ଶକ ଉଭୟଙ୍କ ଯୋଡ଼ିକୁ ବହୁତ ପସନ୍ଦ କରିଛନ୍ତି । ରଶ୍ମିକାଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା । ଯାହାର ଏକ ଭିଡିଓ ସୋସିଆଲ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖିବା ପରେ ଦର୍ଶକ ରଶ୍ମିକାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।

ଭିଡିଓରେ ଏହା ଦେଖିବାକୁ ମିଳିଛିଯେ, ଯେତେବେଳେ ରଶ୍ମିକା ମନ୍ଦନା ଏକ ରେଷ୍ଟୁରାଣ୍ଟରୁ ବାହାରକୁ ଆସନ୍ତି, ସେତେବେଳେ କିଛି ପିଲା ତାଙ୍କୁ ଘେରି ରହିଥାନ୍ତି । ସେମାନେ ରଶ୍ମିକାଙ୍କୁ ଟଙ୍କା ମାଗନ୍ତି କିନ୍ତୁ ରଶ୍ମିକା ତାଙ୍କ ଉପରେ ଧ୍ୟାନ ଦିଅନ୍ତି ନାହିଁ । ସେ କ୍ୟାମେରା ସାମ୍ନାରେ ପୋଜ୍ ଦେଇ ନିଜ କାରରେ ବସି ଚାଲିଯାଆନ୍ତି । ଏହା ପରେ ଜଣେ ଝିଅ ରଶ୍ମିକାଙ୍କ ସହ କଥା ହୁଅନ୍ତି ଦିଦି ଆପଣ ପୁଷ୍ପା ଚଳଚ୍ଚିତ୍ରରେ ଅଭିନୟରେ କରିଛନ୍ତି ନାଁ । ତା’ପରେ ଆଉ ଜଣେ ଝିଅ ଆସି ରଶ୍ମିକାଙ୍କୁ କୁହନ୍ତି, ଦିଦି କିଛି ଟଙ୍କା ଦିଅ, ଭୋକ ଲାଗୁଛି । କିନ୍ତୁ ରଶ୍ମିକା ସେମାନଙ୍କୁ ଟଙ୍କା ଦିଅନ୍ତି ନାହିଁ ଏବଂ ସେଠାରୁ ଚାଲିଯାଆନ୍ତି । ଯାହାକୁ ଦେଖିବା ପରେ ରଶ୍ମିକାଙ୍କୁ ୟୁଜର ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking