38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବୋମାଇ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ

ବୋମାଇ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବାସବରାଜ ବୋମାଇ ହୋଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ୬୧ ବର୍ଷୀୟ ବୋମାଇଙ୍କ ନାଁ ରେ ବାଜିପାରେ ମୋହର । ତେବେ ବୋମାଇ କର୍ଣ୍ଣାଟ ମୁଖ୍ୟମନ୍ତ୍ରୀ ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଲିଙ୍ଗାୟତ ସଂପ୍ରଦାୟର ବୋମାଇଙ୍କ ପ୍ରତି ୟେଦୁୟୁରପ୍ପାଙ୍କ ସମର୍ଥନ ଥିବା ଚର୍ଚ୍ଚା ହେଉଛି । ୟେଦୁୟୁରପ୍ପାଙ୍କ ମନ୍ତ୍ରିମଣ୍ଡଳରେ ବୋମାଇ ଗୃହମନ୍ତ୍ରୀ ଥିଲେ । ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏସ. ଆର ବୋମାଇଙ୍କ ପୁଅ ହେଉଛନ୍ତି ବାସବରାଜ ବୋମାଇ ।
ତେବେ ଏନେଇ ଆଜି ସନ୍ଧ୍ୟାରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟର ହାଇକମାଣ୍ଡଙ୍କୁ ବିଧାୟକ ଦଳ ବୈଠକ ଡାକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପାର୍ଟିର ଜଣେ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୀ କୃଷ୍ଣା ରେଡ୍ଡୀ ଓ ବିଜେପିର ମହାସଚିବ ତଥା କର୍ଣ୍ଣାଟକ ପ୍ରଭାରୀ ଅରୁଣ ସିଂହ ବିଧାୟକ ଦଳ ବୈଠକରେ ସାମିଲ ହେବା ନେଇ ସମ୍ଭାବନା ରହିଛି । ଦୁଇ ନେତା ଆଜି ସନ୍ଧ୍ୟାରେ ବେଙ୍ଗାଲୁରୁରେ ପହଂଚିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking