31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶପ୍ରବଳ ବର୍ଷାରେ ରାଜଧାନୀରେ କୃତ୍ରିମ ବନ୍ୟା

ପ୍ରବଳ ବର୍ଷାରେ ରାଜଧାନୀରେ କୃତ୍ରିମ ବନ୍ୟା

ନୂଆଦିଲ୍ଲୀ : ଗତ କିଛିଦିନ ହେଲା ରାଜଧାନୀ ରେ ବର୍ଷା ଲାଗିରହିଛି । ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ୧୦୦ ମିଲିମିଟର୍ ହୋଇଥିବା ବର୍ଷା ରେକର୍ଡ କରାଯାଇଛି । ଯାହା ଫଳରେ ରାଜଧାନୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି  ଏବଂ ରାଜଧାନୀ ଦିଲ୍ଲୀ ରେ ଯାତାୟାତ ସମ୍ପୂର୍ଣ ଭାବେ ଠପ ହୋଇଯାଇଛି । ପ୍ରବଳ ବର୍ଷାରେ ସେଣ୍ଟ୍ରାଲ୍ ଦିଲ୍ଲୀର ପ୍ରଗତି ମଇଦାନ ଓ ଦକ୍ଷିଣ ଦିଲ୍ଲୀର ଏସେକ୍ସ ଫାର୍ମ ନିକଟରେ ଥିବା ରାସ୍ତା ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ପାଲମ୍ ଅଞ୍ଚଳରେ କାଦୁଅ ବର୍ଷା ଜଳ ଏକ ଚଳନ୍ତା ବସରେ ପଶିଯାଇଥିଲା। ସେହି ବସରେ ମଧ୍ୟ ଯାତ୍ରୀ ଯାତ୍ରା କରୁଥିଲେ । ସେପଟେ ଦିଲ୍ଲୀ ଟ୍ରାଫିକ ପୁଲିସ ଟ୍ୱିଟ କରି ପାଣିରେ ବୁଡି ରହିଥିବା ରାସ୍ତା ଏବଂ ପ୍ରଭାବିତ ହୋଇଥିବା ଟ୍ରାଫିକ ସମ୍ବନ୍ଧରେ ସୂଚନା ଦେଇଛି । ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ୧୦୦ ମିଲିମିଟର୍ ହୋଇଥିବା ବର୍ଷା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking