30.1 C
Bhubaneswar
Monday, May 6, 2024
Homeକରୋନା୫୪ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତରୁ ବେଶି

୫୪ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତରୁ ବେଶି

ନୂଆଦିଲ୍ଲୀ: କରୋନା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ପ୍ରଦାନ କରି କହିଛନ୍ତି, ଦେଶରେ ଆରୋଗ୍ୟ ହାର ୯୭.୪ ପ୍ରତିଶତକୁ ବୃଦ୍ଧି ଘଟିଛି । ଦେଶର ୫୪ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତରୁ ଅଧିକ ରହିଛି । କେରଳ ଓ ମଣିପୁରରେ ସର୍ବାଧିକ ୧୦ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତ ଉପରେ ରହିଛି । ମୋଟ ୧୨ ରାଜ୍ୟର ୫୪ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତ ଉପରେ ରହିଛି । ଗତ ସପ୍ତାହରେ ୪୬ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତ ଉପରେ ଥିଲା । ୫୪ ଜିଲ୍ଲା ଭିତରେ ଓଡିଶାର କୌଣସି ଜିଲ୍ଲା ନଥିବା ସୂଚନା ରହିଛି । ବିଭିନ୍ନ ଦେଶରେ କେସ ବଢୁଛି । ଆମେରିକା, ଫ୍ରାନ୍ସ, ମାଲେସିଆ, ଥାଇଲାଣ୍ଡରେ ପୁଣି କେସ ବଢୁଛି । ଆମକୁ ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ପଡିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking