29.1 C
Bhubaneswar
Saturday, April 27, 2024
Homeକରୋନାସ୍ପ୍ରିଣ୍ଟର ହିମା ଦାସଙ୍କୁ କରୋନା

ସ୍ପ୍ରିଣ୍ଟର ହିମା ଦାସଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ଶୀର୍ଷ ମହିଳା ସ୍ପ୍ରିଣ୍ଟର ହିମା ଦାସ ବୁଧବାର କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଇସୋଲେସନ୍‌ରେ ଥିବା ହିମାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ନିକଟରେ ୨୧ ବର୍ଷୀୟା ସ୍ପ୍ରିଣ୍ଟର ପତିଆଲାର ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ (ଏନ୍‌ଆଇଏସ୍‌)ରେ ଅନୁଷ୍ଠିତ ଜାତୀୟ କ୍ୟାମ୍ପ୍‌ରେ ଯୋଗ ଦେଇଥିଲେ । ଟ୍ୱିଟ୍ କରି ହିମା କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ସମ୍ପର୍କରେ ସୂଚନା ଦେବା ସହ ଆେଇସୋଲେସନ୍‌ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କହିଛନ୍ତି ।

ଚଳିତ ବର୍ଷ ମାର୍ଚ୍ଚରେ ଆୟୋଜିତ ଫେଡେରେସନ୍ କପ୍‌ରେ ୨୩.୨୧ ସେକେଣ୍ଡ୍ ସମୟ ହାସଲ କରିଥିବା ହିମା ଯୋଗ୍ୟତା ମାର୍କ (୨୨.୮୦ ସେକେଣ୍ଡ)ରୁ ପଛରେ ରହିବା ଫଳରେ ଚଳିତ ବର୍ଷ ଆୟୋଜିତ  ଟୋକିଓ ଅଲିମ୍ପିକ୍‌ର ୨୦୦ ମିଟର ଇଭେଣ୍ଟ୍‌ରେ ଭାଗ ନେଇପାରି ନଥିଲେ । ପରେ ହାମ୍‌ଷ୍ଟ୍ରିଙ୍ଗ୍ ଇନ୍‌ଜୁରୀ ଯୋଗୁଁ ମଧ୍ୟ ଅନ୍ୟ ଅଲିମ୍ପିକ୍ କ୍ୱାଲିଫିକେଶନ୍ ସୁଯୋଗ ହରାଇଥିଲେ । ୱାର୍ଲ୍ଡ ଟାଇଟଲ୍ ହାସଲ କରିବାରେ ହିମା ଭାରତର ପ୍ରଥମ ସ୍ପ୍ରିଣ୍ଟର ହୋଇଥିଲେ । ୨୦୧୮ ୱାର୍ଲ୍ଡ ଅଣ୍ଡର-୨୦ ଚାମ୍ପିଅନ୍‌ଶିପ୍‌ରେ ୫୧.୪୬ ସେକେଣ୍ଡ୍ ସମୟ ସହ ୪୦୦ ମିଟର ଇଭେଣ୍ଟ ଶୀର୍ଷରେ ରହି ସେ ଏହି ଉପଲବ୍ଧି ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking