29.1 C
Bhubaneswar
Saturday, April 27, 2024
Homeଓଡିଶାଏନଏସି ତରଫରୁ କରଞ୍ଜିଆ ସହରକୁ ଆଜି 24 ଘଣ୍ଟିଆ ସଟଡାଉନ କରାଯାଇଛି     

ଏନଏସି ତରଫରୁ କରଞ୍ଜିଆ ସହରକୁ ଆଜି 24 ଘଣ୍ଟିଆ ସଟଡାଉନ କରାଯାଇଛି     

ମୟୁରଭଞ୍ଜ(ଘାସିରାମ ବେହେରା)  -ବିଶ୍ୱ ମହାମାରୀ ସାଜିଥିବା କରୋନା ସଂକ୍ରମଣ ଆମ ଦେଶ ଏବଂ ରାଜ୍ୟରେ ମଧ୍ୟ ଦୃତ ଗତିରେ କାୟାବିସ୍ତାର କରିବାରେ ଲାଗିଛି। ଯୋଉଥିପାଇଁ ଏବେ ଦୈନିକ ନୂତନ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡାକ୍ତର, ନର୍ସ ଏବଂ ଅନ୍ୟ ସହଯୋଗୀ କର୍ମଚାରୀମାନେ ନିଜ ଜୀବନକୁ ବିପଦପୂର୍ଣ୍ଣ କରି ଆକ୍ରାନ୍ତଙ୍କୁ ସେବା ଯୋଗାଇ ସୁସ୍ଥ କରୁଥିବାରୁ ସାଧାରଣରେ ଅନେକଟା ଆଶ୍ୱସ୍ତି ଦେଖାଦେଇଛି। ତେବେ କ୍ରମେ କରୋନା ଭାଇରସ ଗୋଷ୍ଠୀ ସଂକ୍ରମଣର ରୂପ ନେବାର ଆଶଙ୍କା ସୃଷ୍ଟି କରୁଥିବାରୁ ପ୍ରତିହତ ପାଇଁ ଲଗଡାଉନ ବଦଳରେ ଏବେ ସପ୍ତାହରେ ଦୁଇଦିନ ସଟଡାଉନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରକୁ କରଞ୍ଜିଆ ଏନ ଏ ସି ତରଫରୁ ଆଜି 24 ଘଣ୍ଟିଆ ସଟଡାଉନ ଘେଷଣା କରାଯାଇଛି। ଗ୍ରାମଞ୍ଚଳରେ କରୋନା ସଂକ୍ରମଣ ଦିନକୁଦିନ  ଦ୍ରୁତଗତିରେ  ବଢ଼ିବାରେ ଲାଗିଛି। ଆଜି ସାପ୍ତାହିକ ହାଟ ଥିବାରୁ ଗ୍ରାମଞ୍ଚଳର ଆଖପାଖ ଅଂଚଳରୁ ହାଟକୁ ବହୁ ସଂଖ୍ୟାରେ ଲୋକେ ଆସିଥାନ୍ତି ଏବଂ କୋଭିଡି 19 ର ନିୟମକୁ ମାନୁନଥିବା ସହ ସାମଜିକ ଦୂରତା ରଖୁନଥିବା ଦେଖିବାକୁ ମିଳୁଛି। ତାକୁ ଆଖିଆଗରେ ରଖି କରଞ୍ଜିଆ ଏନ ଏ ସି ତରଫରୁ 24 ଘଣ୍ଟିଆ  ସଟଡାଉନ ଘେଷଣା କରାଯାଇଛି। କେବଳ ପେଟ୍ରୋଲ ପମ୍ପ, ଦୁଗ୍ଧ ଦୋକାନ,ଔଷଧ ଦୋକାନକୁ  ଛାଡିଦେଲେ ଅନ୍ୟସମସ୍ତ ଦୋକାନବଜାର  ବନ୍ଦ ରହିଛି। ଏହାର ପ୍ରଭାବରେ ରାସ୍ତାଘାଟ ଶୂନଶାନ ଦେଖିବାକୁ ମିଳିଛି, ସମସ୍ତେ ଘରେ ରହି ପ୍ରଶାସନର ଏହି ନିଷ୍ପତିକୁ ସମର୍ଥନ ଜଣାଇ କେହି ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking