ହତ୍ୟା ଅଭିଯୋଗ ଆଣିଲେ ପରିବାର
ଗୋଛାପଡା : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା ଖଜୁରିଗାଁର ଟିଟୁନା ଦିଗାଲ(୧୭) ଯାତ୍ରା ଦେଖିବାକୁ ଆସି ହଜିଯାଇଥିଲେ । ୪ଦିନ ପରେ କ୍ରାଣ୍ଡିବାଲି ପଞ୍ଚାୟତ ସାଦିସରୁ ପାହାଡରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପରିବାର ଅଭିଯୋଗ କରିବା ପରେ ଘଟଣା ଭିନ୍ନ ମୋଡ ନେଇଛି । ପୁଲିସର ଛାନ୍ଭିନ୍ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ଗତ ୨୮ ତାରିଖ ଟିଟୁନା ଗ୍ରାମର କିଛି ପିଲାଙ୍କ ସହିତ ବାଲନ୍ଦାପଡ଼ା ଦୋଳଯାତ୍ରା ଦେଖିବା ପାଇଁ ଯାଇ ଫେରିନଥିଲେ । ପରିବାର ଲୋକେ ବିିଭିନ୍ନ ସ୍ଥାନରେ ଖୋଜି ନ ପାଇବାରୁ ଗୋଚ୍ଛାପଡା ଥାନାରେ ତାଙ୍କ ପିତା ପୁଷ୍ପକ ଦିଗାଲ ଏତଲା ଦେଇଥିଳେ । ପୁଲିସ ଏକ ମାମଲା ରୁଜୁ କରି ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲେ । ତାଙ୍କଠାରୁ ତଥ୍ୟ ପାଇ ପୁଲିସ୍ ସନ୍ଧାନୀ କୁକର ସହିତ ଉକ୍ତ ପାହାଡ଼ରେ ପହଞ୍ôଚଥିଲେ । ଉକ୍ତ ପାହାଡର ଗୋଟିଏ ସ୍ଥାନରେ ଟିଟୁନାଙ୍କ ମୃତଦେହ ପୋତି ଦିଆଯାଇଥିବା ଜଣାପଡିବା ପରେ ତାଙ୍କ ଉଦ୍ଧା କରାଯାଇଛି । ବ୍ରହ୍ମପୁର ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ କହିଛନ୍ତି। ସନ୍ଦେହରେ ଅଟକ ଥିବା ଏକ ବ୍ୟକ୍ତିକୁ ଅଧିକ ପଚରା ଉଚରା ଚାଲିଛି ବୋଲି ଅତରିକ୍ତ ଏସ୍.ପି ସୁରେଶ ଚନ୍ଦ୍ର ଜେନା କହିଛନ୍ତି। ଅତିରିକ୍ତ ଏସ୍.ପିଙ୍କ ସମେତ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଓ ଅନ୍ୟମାନେ ଗସ୍ତ କରିଛନ୍ତି । ଗ୍ରାମଠାରୁ ଶବ ପୋତା ହୋଇଥିବା ସ୍ଥାନର ଦୂରତା ୧୦ କିମି । କେଉଁ କାରଣ ଯୋଗୁଁ ଉକ୍ତ ନାବାଳକକୁ ହତ୍ୟାକରି ଶବ ପୋତି ଦିଆଯାଇଥିଲା ତାହାର ତଦନ୍ତ ଚାଲିଛି ।