28.1 C
Bhubaneswar
Thursday, March 28, 2024
Homeଓଡିଶାପୋଲାଭରମ ପ୍ରକଳ୍ପ ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ମୋଟୁ ଅଞ୍ଚଳ ବାସୀ

ପୋଲାଭରମ ପ୍ରକଳ୍ପ ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ମୋଟୁ ଅଞ୍ଚଳ ବାସୀ

ମାଲକାନଗିରି : ପୋଲାଭରମ ପ୍ରକଳ୍ପ ଆନ୍ଧ୍ରପ୍ରଦେଶର ବହୁ ବଡ଼ ପ୍ରୋଜେକ୍ଟ। ଯାହାର ଆନ୍ଧ୍ର ଖାଉଛି ଲାଭ, ଦୁର୍ଦ୍ଦଶା ଭୋଗୁଛନ୍ତି ମାଲାକାନାଗିରିବାସୀ। ବନ୍ୟାରେ କଲବଲ ହେଉଛନ୍ତି ମୋଟୁ ଅଞ୍ଚଳ ବାସୀ। ଦିନ ପରେ ଦିନ ବିତି ଯାଉଛି ହେଲେ ରାଜ୍ୟ ସରକାର କିଛି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। କେବଳ ପୋଲାଭରମ ପ୍ରକଳ୍ପ ପାଇଁ ପ୍ରତିବର୍ଷ ଏପରି ଦୁର୍ଦ୍ଦଶା ଭୋଗୁଛନ୍ତି ମୋଟୁ ଅଞ୍ଚଳ ବାସୀ। ବର୍ଷା ପାଇଁ ଯେତିକି ଗୋଦବରୀ ନଦୀ ଜଳସ୍ତର ବଢ଼ୁନି ବରଂ ଗୋଦାବରୀର ବ୍ୟାକଓ୍ବାଟର ପାଇଁ  ଜଳସ୍ତର ବଢ଼ି ବନ୍ୟା ହେଉଛି ମୋଟୁରେ ।

ସେପଟେ ପ୍ରକଲ୍ପ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଚିବାକୁ ବସିଛି। ଅନ୍ୟପଟେ ଏ ମୋଟୁର ଚିତ୍ର ପୋଲାଭୋରମ ପ୍ରକଳ୍ପକୁ ବିରୋଧ କରିବା ସହ ପୋଲାଭରମ ପ୍ରକଳ୍ପ କ୍ଷତି ପୂରଣ ବାବଦରେ ଆନ୍ଦ୍ର ସରକାର ଯେଉଁ ରାଶି ପ୍ରଦାନ କରିଛନ୍ତି ତାହାର ଦୁଇ ଗୁଣ ଅଧିକ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରୁଛନ୍ତି ମୋଟୁ ଅଞ୍ଚଳ ବାସୀ।

ବାରମ୍ବାର ଚିଠି ପରେ ଚିଠି ଲେଖି ନିଜ ହକ୍ ଦାବି କରି ଆସୁଛନ୍ତି ମାଲକାନଗିରି ଜିଲ୍ଲାର ଶେଷ ସୀମା ମୋଟୁ ଅଞ୍ଚଳ ବାସୀ। ହେଲେ ପୁଣି ମୋଟୁ ତହସିଲଦାରଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳ, ଜିଲ୍ଲାପାଳ ତହସିଲଦାର ଏବଂ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପତ୍ର ଦିଆଯାଇଛି। ବର୍ତ୍ତମାନ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମୋଟୁ ଅଞ୍ଚଳର ସରପଞ୍ଚ ମୁନା ସୋଡି, ପୂର୍ବତନ PS ମେମ୍ବର ଏବଂ କିଛି ୱାର୍ଡର ସଭ୍ୟ ସଭ୍ୟା ଙ୍କ ସହ ପ୍ରାୟ ଦଶ ଜଣ ବ୍ୟକ୍ତି ମିଶି ଏହି ଦାବି ପତ୍ର ଦେଇଛନ୍ତି |

ଏକ ମାସ ମଧ୍ୟରେ ସମସ୍ୟାର ସମାଧାନ ନ କରାଗଲେ ଓଡ଼ିଶା ସରକାର ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଆନ୍ଦୋଳନ ହେବ ଏବଂ ଆନ୍ଧ୍ରପ୍ରଦେଶରେ ମିଶିବାକୁ ବାଧ୍ୟ ହେବୁ ବୋଲି  ଚେତାବନୀବଦେଇଛନ୍ତି ସ୍ଥାନୀୟ ସରପଞ୍ଚ ଏବଂ ଅଞ୍ଚଳ ବାସି | ପୂର୍ବରୁ ମାଲକାନଗିରି ମୋଟୁ ଅଂଚଳର ୩ଟି ଗ୍ରାମପଂଚାୟତର ୨୦ରୁ ୨୫ଟି ଗାଁ ଜଳ ମଗ୍ନ ହେବ ବୋଲି ବିଭିନ୍ନ ସଂଗଠନ ଦାବି କରି ଆସୁଛନ୍ତି । ଏହା ଦ୍ୱାରା ୨୦ରୁ ୨୫ ହଜାର ହେକ୍ଟର ଜଙ୍ଗଲ ଓ ଚାଷ ଜମି ଜଳମଗ୍ନ ହେବ ବୋଲି ମଧ୍ୟ କୁହାଯାଉଥିଲା । ହେଲେ ପୋଲାଭରମ ପ୍ରକଳ୍ପ ଦ୍ୱାରା ରାଜ୍ୟର କେତେ ଯେ କ୍ଷତି ହେବ ତାହା ଏ ଯାଏ ସ୍ପଷ୍ଟ ହୋଇ ପାରି ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking