37.1 C
Bhubaneswar
Thursday, March 28, 2024
Homeଓଡିଶାସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ନନ୍ଦିନୀ ଦାସ ଦୀର୍ଘ ୫ ବର୍ଷ ହେଲା କିଡିନି ରୋଗରେ ପିଡିତ ହୋଇ ଛଟପଟ ହେଉଛନ୍ତି । ରୋଗର ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିଛି । ଯାହା କିଛିଥିଲା ସବୁ ବିକ୍ରିବଟା କରି ଚିକିତ୍ସାରେ ସରିଗଲାଣି । ବହୁ କଷ୍ଟରେ ଧାର କରଜ କରି ବେସାହାରା ହୋଇ ଗଲେଣି । ଅନ୍ୟକିଛି ଉପାୟ ନପାଇ ଶେଷରେ ଜିଲ୍ଲାପାଳଙ୍କ ନିକଟରେ ଚିକିତ୍ସା ପାଇଁ ଗୁହାରି କରିଛି । ମାତ୍ର ଦୁଃଖର ବିଷୟ ନନ୍ଦିନୀଙ୍କ ସ୍ୱାମୀ ତ୍ରିଲୋଚନ ଦାସ ତାଙ୍କର କୌଣସି କଥା ବୁଝୁ ନଥିବାରୁ ସେ ତାଙ୍କ ଭଉଣୀଙ୍କ ଘରେ ରହି ଚିକିତ୍ସା ହେଉଥିଲେ । ପ୍ରଥମେ ଢେଙ୍କାନାଳ ଓ ପରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସା ହୋଇ ଔଷଧ କିଣି ଖାଉଥିଲେ । ଏବେ ତାଙ୍କ ଦେହ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ପାଖରେ ଅର୍ଥ ନଥିବାରୁ ସେ ଔଷଧ କିଣିବା ନିମନ୍ତେ ପାଖରେ ଅର୍ଥ ନଥିବାରୁ ଔଷଧ କିଣି ଖାଇପାରୁ ନାହାଁନ୍ତି । ଅନ୍ୟ କୌଣସି ଉପାୟ ନପାଇ ଶେଷରେ ଜିଲ୍ଲା ପାଳଙ୍କ ନିକଟରେ ସହାୟତା ନିମନ୍ତେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking