30.1 C
Bhubaneswar
Sunday, April 28, 2024
Homeଓଡିଶାଦେଶୀ ବାମ୍ବୁ ପାଣୀ ପମ୍ପ ତିଆରୀ କରି ଚର୍ଚ୍ଚାରେ ଖଞ୍ଜ ନେତ୍ର

ଦେଶୀ ବାମ୍ବୁ ପାଣୀ ପମ୍ପ ତିଆରୀ କରି ଚର୍ଚ୍ଚାରେ ଖଞ୍ଜ ନେତ୍ର

କଳାହାଣ୍ଡି: କୁହାଯାଏ ଦୃଢ ଇଚ୍ଛାଥିଲେ ଉପାୟ ଆପେ ଆପେ ଆସିଥାଏ l ଠିକ ସେହିପରି ଜଣେ ଯୁବ ଚାଷୀ ତାଙ୍କର ଇଚ୍ଛାଶକ୍ତି ଓ ଦୃଢ ମନୋବଳ ହିଁ ଅନ୍ଯମାନଙ୍କ ପାଇଁ ସାଜିଛି ପ୍ରେରଣାର ଉତ୍ସ l ଆଜିକାଲି ର ଯୁବପିଢି ଚାକିରି ପଛରେ ପଡି ନିଜର ସମୟ ନଷ୍ଟ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ର ଜଣେ ଯୁବକ ଚାଷପ୍ରତି ମନ ବୋଳାଇ ନିଜର ଜ୍ଞାନ କୌଷଳ ବଳରେ ଚାଷ ଜମିରେ ପାଣି ଯୋଗାଇବା ପାଇଁ ବିନା ବିଦ୍ଯୁତ ଏବଂ ବିନା ମେସିନ୍ ସାହାର୍ଯ୍ଯରେ ଏକ ଦେସୀ ବାମ୍ବୁ ପାଣୀ ପମ୍ପ ତିଆରୀ କରି ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି l ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ରଜାମୁଣ୍ଡା ଗାଁର ଯୁବକ ଖଞ୍ଜ ନେତ୍ର ରାଉତଙ୍କ କଥା l ଚାଷୀ ପରିବାର ର ଖଞ୍ଜ ନେତ୍ର ଆର୍ଥିକ ସମସ୍ଯା ହେତୁ ଚାଷକାର୍ଯ୍ଯ ରେ ଅନେକ ଅସୁବିଧା ର ସମ୍ମୁଖିନ ହେଉଥିଲେ l ଚାଷକାମ ପାଇଁ ଜଳ ସମସ୍ଯା ତାଙ୍କୁ ବିଚଳିତ କରି ପକାଇବା କାରଣ ରୁ କିଛି ନୂଆ କରିବା ଆସା ରଖିଥିଲେ ଖଞ୍ଜ ନେତ୍ର l ପ୍ରଥମେ ସାଇକିଲ୍ ରିଂ କୁ ନେଇ ତିଆରି କରିଥିଲେ ଦେଶି ବାମ୍ବୁ ପାଣୀ ପମ୍ପ l ସେଥିରେ ସଫଳ ହେବା ପରେ ଏବେ ପୁଣୀ ଥରେ ବଡ ଆକାର ର ଦେସୀ ବାମ୍ବୁ ପାଣୀ ପମ୍ପ ତିଆରୀ କରିଛନ୍ତି l ଏବଂ ସେ କହିବା ଆନୁସାରେ କିଛି ବର୍ଯ୍ଯବସ୍ତୁ ଆର୍ଥାତ୍ ବାଉଷ , ପୁରୁଣା ଟିଣ ଚାଦର୍ ,ପାଣୀ ବୋତଳ , ପ୍ଲାଟିକ୍ ପାଇପ୍ ସାହାର୍ଯ୍ଯ ରେ ତିଆରୀ କରିଛନ୍ତି ଦେସୀ ବାମ୍ବୁ ପାଣି ପମ୍ପ l ଆଉ ଏଇ ଦେଶୀ ବାମ୍ବୁ ପାଣୀ ପମ୍ପରେ ନାଁ ଲାଗିଛି ମେସିନ୍ କି ନାଁ ସଂଯୋଗ ହୋଇଛି ବିଦ୍ଯୁତ l ତେବେ ପବନର ବେଗରେ ଘୁରୁଛି ଏହି ଦେଶୀ ବାମ୍ବୁ ପାଣୀ ପମ୍ପ l ଗତ ତିନି ମାସ ହେବ ଏହି ପମ୍ପ ତାଙ୍କର ଗୋଟିଏ ଏକର୍ ଚାଷ ଜମିରେ ଭଲ ଭାବେ ପାଣୀ ମାଡୁଥିବା କହିଛନ୍ତି ଖଞ୍ଜ ନେତ୍ର l ଏନେଇ ତାଙ୍କୁ ସରକାର ପକ୍ଷରୁ କୌଣଷୀ ସୁବିଧା ମିଳି ନଥିବା ବେଳେ ସରକାରୀ ଯଦି କୌଣଷି ସହାୟତା ଯୋଗାଇ ଦିଅନ୍ତେ ତାହେଲେ ଆଉ କିଛି ନୂଆ କରି ପାରନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ଖଞ୍ଜ ନେତ୍ର l

କଳାହାଣ୍ଡି ନର୍ଲା ରୁ ସୁରେଶ ଚନ୍ଦ୍ର ସାହୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking