32.1 C
Bhubaneswar
Friday, April 26, 2024
Homeଓଡିଶା ବିନା ଡ୍ରାଇଭିଂ ଲାଇସେନ୍ସରେ କାମ କରୁଛନ୍ତି ଜେସିବି ଡ୍ରାଇଭର

 ବିନା ଡ୍ରାଇଭିଂ ଲାଇସେନ୍ସରେ କାମ କରୁଛନ୍ତି ଜେସିବି ଡ୍ରାଇଭର

କଳାହାଣ୍ଡି-ଗରିବ ନିରୀହ ଯେ ସଦା ସର୍ବଦା ବଡ଼ ବଡ଼ିଆଙ୍କ ଶୋଷଣ ର ଶିକାର ହୁଏ, ଏଥିରେ କୌଣସି ଦ୍ବିମତ ନାହିଁ । ଠିକାଦାରଙ୍କ ଏଭଳି ଶୋଷଣ ଖବର ନଜର ଆସିଛି କଳାହାଣ୍ଡି ଜିଲ୍ଲା  ସଦର ବ୍ଲକ ଅନ୍ତର୍ଗତ, ଇଚ୍ଛାପୁର ଗ୍ରାମ ନିକଟରେ । ଭବାନୀପାଟଣା ସହରଠାରୁ ମୁନିଗୁଡା କୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥର ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ହାତକୁ ନେଇଛନ୍ତି ବଣ୍ଟି ଅଗ୍ରୱାଲ ନାମକ ସ୍ଥାନୀୟ ଠିକାଦାର । କିନ୍ତୁ ନିଜ ଲାଭଖୋର ମନୋବୃତ୍ତି ପାଇଁ କାମରେ ଲଗାଇଛନ୍ତି, ଅର୍ଦ୍ଧଶିକ୍ଷିତ ଡ୍ରାଇଭର ମାନଙ୍କୁ, ଯାହାଙ୍କ ପାଖରେ ନାହିଁ କୌଣସି ଡ୍ରାଇଭିଂ ଲାଇସେନ୍ସ । ଏଭଳି ଡ୍ରାଇଭରଙ୍କ ହାତରେ ଅଛି ଜେସିବି ଠାରୁ ଟିପ୍ପର ଭଳି ଅନେକ ବଡ଼ ବଡ଼ ଗାଡି, କାରଣ ବିନା ଲାଇସେନ୍ସ ଡ୍ରାଇଭର ଗୁଡ଼ିକ ସ୍ବଳ୍ପ ଦରମାରେ କାମ କରିବାକୁ ରାଜି ହୁଅନ୍ତି । 
ତେବେ ଏହି ଘଟଣା ନଜରକୁ ଆସିଥିଲା ସେତିକି ବେଳେ, ଯେତେବେଳେ ଜେସିବି ସାହାର୍ଯ୍ୟରେ ରାସ୍ତାକଡର ବଡ଼ ବଡ଼ ଗଛ ହଟାଇବା ସମୟରେ ଜେସିବିଟି ଓଲଟି ପଡିଥିଲା । ତେବେ ଦୁର୍ଘଟଣାରୁ ସୌଭାଗ୍ୟ ବଶତଃ ଅଳ୍ପକେ ଡ୍ରାଇଭରଟିର ଜୀବନ ରକ୍ଷା ପାଇ ଯାଇଥିଲା, ଏପରି ସ୍ଥିତିରେ ବୀମା କମ୍ପାନୀ ଗୁଡିକ ମଧ୍ୟ ଡ୍ରାଇଭର କିମ୍ବା ଗାଡି ମାଲିକଙ୍କୁ କୌଣସି ଅଘଟଣ ପାଇଁ ବୀମା ରାଶି ପଇଠ କରନ୍ତି ନାହିଁ  । ଏହି ଦୁର୍ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସମୟରେ ଜଣାପଡ଼ିଲା ସମ୍ପୃକ୍ତ ଠିକାଦାର ଜଣକ ଲାଇସେନ୍ସ ନଥିବା  ଅନେକ ଲୋକଙ୍କୁ ସ୍ବଳ୍ପ ଦରମାରେ ନିଜ ସଂସ୍ଥା କାମରେ ଲଗାଇଛନ୍ତି | ଏହା ସମ୍ପର୍କରେ ଠିକାଦାରଙ୍କ ସହଯୋଗୀଙ୍କୁ ପଚାରିବାରୁ ସମସ୍ତ ଡ୍ରାଇଭର ମାନଙ୍କ ଲାଇସେନ୍ସ ଅଛି ବୋଲି କହିଥିଲେ, କିନ୍ତୁ କିଛି ସମୟ ପରେ ତାର ଲାଇସେନ୍ସ ନାହିଁ ବୋଲି କାହିଁକି କହିଲୁ ବୋଲି ଉକ୍ତ ଡ୍ରାଇଭରକୁ ଫୋନ ଯୋଗେ ଗାଳି ଗୁଲଜ କରିଥିଲେ | ଏଥିରୁ ସ୍ପଷ୍ଟ ଯେ ଠିକାଦାର କିମ୍ବା ତାଙ୍କ ସଂସ୍ଥାର କର୍ମଚାରୀମାନଙ୍କ ଠାରେ ଏହି ନିରୀହ ବ୍ୟକ୍ତିଙ୍କ ଜୀବନର କୌଣସି ମୁଲ୍ୟ ନାହିଁ |
ତେବେ ଏଠାରେ ପୁଣି ପ୍ରଶ୍ନ ଉଠେ ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଏହା କିପରି ଆସିନାହିଁ  ନା ସମ୍ପୃକ୍ତ ଠିକାଦାର ଲାଞ୍ଚ ଦେଇ ଅଧିକାରୀ ମାନଙ୍କ ପାଟି ବନ୍ଦ କରିଦେଇଛନ୍ତି | ତେବେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢିଙ୍କୁ ଏହା ସମ୍ପର୍କରେ ପଚାରି ବୁଝିବାରୁ ସେ ତଦନ୍ତ ପରେ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି | ତେବେ ବର୍ତ୍ତମାନ ଦେଖିବାକୁ ରହିଲା ପ୍ରଶାସନ ଦୋଷୀ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନା ହାତବାରିସୀ ସାଜୁଛନ୍ତି |
-ସୁନୀଲ କୁମାର ମୁଣ୍ଡଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking