30.1 C
Bhubaneswar
Monday, May 6, 2024
Homeଓଡିଶାସମଗ୍ର କଳାହାଣ୍ଡି ଜିଲ୍ଲା ଲକଡାଉନ, ସୀମାନ୍ତ ସିଲ, ନିୟମ ଉଲ୍ଲଂଘନ ରେ ମାମଲା ରୁଜ୍ଜୁ ,...

ସମଗ୍ର କଳାହାଣ୍ଡି ଜିଲ୍ଲା ଲକଡାଉନ, ସୀମାନ୍ତ ସିଲ, ନିୟମ ଉଲ୍ଲଂଘନ ରେ ମାମଲା ରୁଜ୍ଜୁ , ବ୍ଲକ ଅଧ୍ୟକ୍ଷ ଗିରଫ

 
କଳାହାଣ୍ଡି-  ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମଗ୍ର ଭାରତବର୍ଷ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଓଡିଶାରେ ବର୍ତମାନ ତୃତୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାପ୍ରଶାସନ ବ୍ୟାପକ ସଚେତନତା ମୂଲକ ପଦକ୍ଷେପ ଗ୍ରହଣ କରିଥିବା ବେଳେ କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ନିୟମକୁ କଡାକଡି ଭାବେ ପାଳନ କରାଯିବାକୁ ସମଗ୍ର ଅଂଚଳରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଇତ୍ୟାଦି ଖୋଲା ରହିବାକୁ ଅନୁମତି ଥିବା ବେଳେ ସାମାଜିକ ଦୂରତ୍ୱ ବଜାୟ ରଖାଯାଇ ଗ୍ରାହକ ମାନଙ୍କୁ ଜିନିଷ ପତ୍ର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରାୟ ସମସ୍ତ ଗ୍ରୋସରୀ ଦୋକାନ ଗୁଡିକ ତଥା ଔଷଧ ଦୋକାନ ଗୁଡିକ ସମେତ କ୍ଷୀର, ଅଣ୍ଡା ତଥା ପନିପରିବା ଦୋକାନ ଗୁଡିକ ଖୋଲାରହୁଥିବାର ଦେଖାଯାଉଛି । ନିତାନ୍ତ ଅତ୍ୟାବଶ୍ୟକ ନଥିଲେ କାହାରିକୁ ମଧ୍ୟ ବାହାରକୁ ବାହାରିବାର ନିୟମ ନାହିଁ । ଜୁନାଗଡ, ଧର୍ମଗଡ, କେସିଙ୍ଗା, ଭବାନୀପାଟଣା ଭଲି ସହରାଂଚଳ ମାନଙ୍କରେ ପୋଲିସ ପକ୍ଷରୁ ବ୍ୟାପକ ତନଖି କରାଯିବା ସହିତ ସମସ୍ତ ଗ୍ରାମାଂଚଳରେ ଲକଡାଉନ ପାଳନ କରିବା ସହିତ ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରୁଥିବା ପ୍ରକାଶ । ଅଦ୍ୟାବଧି ଲକଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ପୋଲିସ ପକ୍ଷରୁ ୩୭ ଟି କେଶ ରୁଜ୍ଜୁ କରାଯିବା ସହିତ ୩୪ ଗୋଟି ଗାଡି ସିଜ କରାଯାଇ ମୋଟ ୫୫ ଜଣ ନିୟମ ଖିଲାପକାରୀଙ୍କୁ ଗିରଫ କରାଯାଇଥିବା କଳାହାଣ୍ଡି ଏସ ପି ବାତୁଲା ଗଙ୍ଗାଧର ଙ୍କ ସୂତ୍ରରୁ ପ୍ରକାଶ । ସେହିପରି ଲକଡାଉନ ନିୟମ ଉଲ୍ଲଂଘନ କରି ଧର୍ମଗଡ ବ୍ଲକ ଅଧିନସ୍ଥ ବେହେରା ଗ୍ରାମରେ ନିଜ ନୂତନ ବାସଗୃହ ପ୍ରବେଶ କରି ଭୋଜିଭାତ କରୁଥିବା ବେଳେ କୋକସରା ପୋଲିସ ଧର୍ମଗଡ ବ୍ଲକ ଅଧ୍ୟକ୍ଷ ବଳରାମ ପୂଝାରୀଙ୍କୁ କେଶ ନଂ.୬୫ ଧାରା ୨୬୯,୨୭୦,୨୭୧,୧୮୮ ଆଇପିସି ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଜିଲ୍ଲାର ଧର୍ମଗଡ ଥାନା ଅନ୍ତର୍ଗତ ସନ୍ଧିକୁଲିହାରୀ ରାସ୍ତାରେ ଛତିଶଗଡ ସୀମା, ଆମପାଣି ଘାଟି ଉପରେ ସୀମା, ବିଶ୍ୱନାଥପୁର ଥାନା ଅଂଚଳରେ ରାୟଗଡା ସୀମା, ମ.ରାମପୁର ଥାନା ଅଧିନରେ ଥିବା ଫୁଲବାଣୀ ସୀମା, ସଦରଥାନା ଅଧିନସ୍ଥ ଖରିଆର ରାସ୍ତା ସୀମା, କେସିଙ୍ଗା ଥାନା ଅଧିନସ୍ଥ ବଲାଙ୍ଗୀର ସୀମା ସବୁ ସଂପୂର୍ଣ୍ଣ ସିଲ କରିଦିଆଯାଇଥିବା ପ୍ରକାଶ ।

କଳାହାଣ୍ଡି ଜିଲ୍ଲାର ଚାରିଟି ସହରାଂଚଳ ସମେତ ୧୩ ଟି ଯାକ ବ୍ଲକ ଅଂଚଲରେ ସାମାଜିକ ଦୂରତା ବଜାୟ ରଖିବାକୁ ଜନସଚେତନତା ସୃଷ୍ଟି କରାଯିବା ବ୍ୟବସ୍ଥା କରାଯାଉଛି । ସହରାଂଚଳରେ କାଁ ଭାଁ ନିୟମ ଉଲ୍ଲଂଘନ ହେଉଥିବା ବେଳେ ସେସବୁକୁ ପୋଲିସ ପକ୍ଷରୁ କଡା ପଦକ୍ଷେପ ନିଆଯାଉଛି । ଜୁନାଗଡ ସହର ମଧ୍ୟରେ ଲକଡାଉନ ନିୟମ ଉଲ୍ଲଂଘନ ବାବଦରେ ସର୍ବାଧିକ ଦଶ ଟି କେଶ ରୁଜ୍ଜୁ ହୋଇଥିବା ଜଣାପଡିଛି । ସହର ରେ ଥିବା ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ଅଂଚଳରେ ଥିବା ଦୈନିକ ପରିବା ବଜାରକୁ ଆରଏମସିର ସାପ୍ତାହିକ ବଜାର ମଧ୍ୟକୁ ସ୍ଥାନାନ୍ତର କରାଯାଇଛି ।
ଜିଲ୍ଲାପାଳ ଗାଡି ମୋଟର ଚଳାଇବା ଉପରେ କଟକଣା ଜାରି କରିବା ପରେ ସମଗ୍ର ଜିଲ୍ଲାରେ ରାସ୍ତାଘାଟ ସବୁ ଖାଁ ଖାଁ ଲାଗୁଥିବାର ଜଣାପଡିଛି । ବ୍ୟକ୍ତିଗତ ସୁରକ୍ଷା ସଂପର୍କରେ ଜନ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ସରପଂଚ ମାନେ ମଧ୍ୟ ନିଜ ନିଜ ଗ୍ରାମପଂଚାୟୁତରେ ଜନସଚେତନତା ଉପରେ ଗୁରୁତ୍ୱ ଦେଉଥିବାର ଜଣାପଡିଛି । ଜୁନାଗଡ ବ୍ଲକର ଆଦିବାସୀ ବହୁଳ ଦୁନ୍ଦେଲମାଲ ଗ୍ରାମପଂଚାୟତରେ ଥିବା ପାହାଡ ଉପରେ ଥିବା ଡୁଣ୍ଡା ଭଲି ଆଭ୍ୟନ୍ତରୀଣ ଗ୍ରାମରେ ସରପଂଚ ଡଃ ତ୍ରୀଭୂବନ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ ପହଂଚି ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ପକ୍ଷେ ଏକ ମିଟର ଦୂରତା ବଜାୟ ରଖି ସାମାଜିକ ଚଳଣି ଉପରେ ଜନସଚେତନତା ସୃଷ୍ଟି କରିପାରିଥିବା ଏକ ଉଦାହରଣ ହୋଇଯାଇଛି । ପ୍ରାୟ ସମସ୍ତ ଗ୍ରାମପଂଚାୟତରେ ସରପଂଚ ମାନେ ନିଜ ନିଜ ଅଧସ୍ତନ କର୍ମଚାରୀ ମାନଙ୍କ ସହାୟତାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା ଅଗ୍ରୀମ ଭତା ଯୋଗାଣ ଆଦି ସମସ୍ତ କାର୍ଯ୍ୟ ହିତାଧିକାରୀଙ୍କ ଦ୍ୱାର ମୁହଁରେ ପହଂଚାଇବା ବ୍ୟବସ୍ଥା କରୁଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking