39.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ମୁକାବିଲା : ଦାଦନ ଫେରନ୍ତାଙ୍କ ପଞ୍ଜିକରଣ ଓ ସଙ୍ଗରୋଧ ଅବହେଳା ବଲାଙ୍ଗିର ପାଇଁ କାଳ...

କରୋନା ମୁକାବିଲା : ଦାଦନ ଫେରନ୍ତାଙ୍କ ପଞ୍ଜିକରଣ ଓ ସଙ୍ଗରୋଧ ଅବହେଳା ବଲାଙ୍ଗିର ପାଇଁ କାଳ ହେବ..!

ବଲାଙ୍ଗିର, – ବଲାଙ୍ଗିରର ସଦର ବ୍ଲକ , ପୁଇଁତଳା ବ୍ଲକ ବ୍ଲକର ହଜାର ହଜାର ଦାଦନ ଶ୍ରମିକ ନିଜ ବାସସ୍ଥାନକୁ ଫେରିଛନ୍ତି । ସରକାରି ନିୟମାନୁସାରେ ତାଙ୍କର ପଞ୍ଜିକରଣ କରାଯିବା ସହ ଅତି କମରେ ୧୪ ଦିନ ପାଇଁ ତାଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦେଶ କରାଯାଇଛି । ଏପରିକି ସଙ୍ଗରୋଧ ପାଇଁ ପାଞ୍ଚାୟତ ସ୍ତରରୁ ସଙ୍ଗରୋଧ ଓ ଚିକିତ୍ସା ବ୍ୟବସ୍ଥା କରାଯିବା ନେଇ ସରକାରି ଅନୁଦାନ ମଧ୍ୟ ଦିଆଯାଇଛି । କିନ୍ତୁ ଦୁଖର ବିଷୟ ଯେ ଏହି ତିନୋଟି ବ୍ଲକର ଦାଦନ ଫେରନ୍ତାଙ୍କ ସଠିକ ସଂଖ୍ୟା ସରକାରି କଳ ପାଖରେ ନଥିବା ବେଳେ, ଶହ ଶହ ସଂଖ୍ୟାରେ ଦାଦନ ଫେରନ୍ତା ନିଜ ନିଜ ଗ୍ରାମକୁ ଫେରିସାରିଛନ୍ତି । ସେମାନଙ୍କ ସଙ୍ଗରୋଧ ପାଇଁ ଅନେକ ପଞ୍ଚାୟତରେ ଏପଯ୍ୟନ୍ତ କ୍ୱାରେଣ୍ଟାଇନ୍ ଗୃହର ବନ୍ଦୋବସ୍ତ ହୋଇ ପାରିନଥିବାବେଳେ ଦାଦନ ଫେରନ୍ତାଙ୍କ ପଞ୍ଜିକରଣ ଓ ସଙ୍ଗରୋଧ ଅବହେଳା ବଲାଙ୍ଗିର ପାଇଁ ଆଗାମୀ ଦିନରେ କାଳ ହେବ ବୋଲି ସାଧାରଣରେ ଅଭିଯୋଗ ହେଉଛି । ପୁଇଁଟଲା ବ୍ଲକର ବହଲ ପଦର, ବେଲ ବାହାଲି, ବୁବେଲ, ଛତା ପିପଲ ଆଦି ପଞ୍ଚୟତରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ କେବଳ ଚାରି ପାଞ୍ଚୋଟି ବେଡ ପଡିଥିବାବେଳେ , ଅନ୍ୟ ପଞ୍ଚାୟତ ଗୁଡିକରେ ଏ ପଯ୍ୟନ୍ତ ରଙ୍ଗକାମ ସରି ନାହ ିାଁ ସେହିପରି କେବଳ ପୁଇଁଟଲା ବ୍ଲକରେ ସହସ୍ରାଧିକ ଦାଦନ ଫେରନ୍ତା ନିଜ ଗ୍ରାମମାନଙ୍କୁ ଫେରିଥିବା ବେଳେ କ୍ୱାରେଣ୍ଟାଇନ୍ ସେଣ୍ଟର ଏପଯ୍ୟନ୍ତ ଜଣକୁ ବି ରଖା ନଜିବା ଆଶ୍ଚର୍ଯ୍ୟଜନକ ବୋଲି କୁହା୍‌ାଇଥିବା ବେଳେ କ୍ୱାରେଣ୍ଟାଇନ୍ ସେଣ୍ଟର ଗୁଡିକ କେବଳ ଲୋକଦେଖାଣିଆ ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ହେଉଛି ।
ବଲାଙ୍ଗିର ସଦର ବ୍ଲକର ସ୍ଥିତି ମଧ୍ୟ ସେହି ସମାନ । ସଦର ବ୍ଲକର ମନହିରା, ଖଲିଆପାଲି, ମାୟାବରହା, ଘୁନ୍‌ଡି ମୁହାଣ, ତୁଷୁରା ମାଲ,ସକମା, କୁଡାସିଂଘା ଆଦି ପଞ୍ଚାୟତରେ ଏପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ ସେଣ୍ଟର ଚାଲି ହୋଇନଥିବା ଖୋଦ ବ୍ଲକ ଅଧ୍ୟକ୍ଷ ସ୍ୱିକାର କରିଥିବାବେଳେ ଶହଶହ ଦାଦନ ଫେରନ୍ତା ସରକାରଙ୍କ ଅଜାଣତରେ ନିଜ ନିଜ ଗ୍ରାମକୁ ପଶିସାରିଥିବା ଅଭିଯୋଶ ହେଉଛି । ଯଦି ଗାଁଲୋକ ଦାଦନ ଫେରନ୍ତାଙ୍କୁ କେଉଁଠି ସାମଜିକ ଦୁରତ୍ୱ ରଖିବା ପାଇଁ ଅନୁରୋଧ କଲେ ଓଲୋଟା ଦାଦନ ଫେରନ୍ତା ଗ୍ରାମବାସୀ ଉପରେ ବର୍ଷୁଥିବା ଲୋକେ କହୁଛନ୍ତି । ସେହିପରି ସରକାରି ନିୟମ ଅନୁସାରେ ଗତକାଲି କିଛି ଗ୍ରାମରେ ଚାଉଳ, ଗହମ ଓ ବିଭିନ୍ନ ଭତ୍ତା ଲୋକଙ୍କ ଘରକୁ ପହଞ୍ଚାଇବା ପରିବର୍ତ୍ତେ ।ନେକ ସ୍ଥାନରେ ଭିଡ କରି ସମସ୍ତଙ୍କୁ ଏକାଥରକୁ ଦିଆଯଇଥିବା ଅଭିଯୋଗ ହୋଇଛି । ଏପରିକି ଗ୍ରମାଞ୍ଚଳରେ ବିଭିନ୍ନ ସ୍ଥାନରେ ଅୟୋଜିତ ହେଉଥିବା କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ବନ୍ଦ କରିବାରେ ପ୍ରଶାସନ ବିଫଳ ହୋଥିବା ଚର୍ଚ୍ଚା ହେଉଛି ।

ତେବେ ଏସଂପର୍କରେ ବ୍ଲକ ଅଧିକାରିଙ୍କ ପ୍ରତିକ୍ରିୟା ଏପଯ୍ୟର୍ନ୍ତ ମିଳି ପାରି ନାଥିବା ବେଳେ, ସରକାରଙ୍କ ନିର୍ଦେଶକୁ ଖୋଦ ସରକାରି କଳ ଓ ଜନସାଧାରଣଙ୍କ ଖାମଖିଆଲି ମନୋଭାବ, ସ୍ଥିତିକୁ ଆହୁରି ଜଟିଳ କରିବା ସହ ଜିଲ୍ଲା ପ୍ରଶାସନ ଏ ଦିଗରେ ଯଥା ଶିଘ୍ର ଧ୍ୟାନ ନଦେଲେ , ଆସନ୍ତା ଦିନରେ ଏହାର ପରିଣାମ ବିସ୍ଫୋରକ ହେବ ବୋଲି ବୁଦ୍ଧିଯିବି ମତବ୍ୟକ୍ତ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking