33.1 C
Bhubaneswar
Tuesday, April 30, 2024
Homeଓଡିଶାପଦ୍ମ ଧରିଲେ ଜ୍ୟୋତି ପାଣିଗ୍ରାହୀ

ପଦ୍ମ ଧରିଲେ ଜ୍ୟୋତି ପାଣିଗ୍ରାହୀ

ଭୁବନେଶ୍ୱର : ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନେତାଙ୍କ ଦଳ ଡିଆ ପର୍ବ ଜୋର ଧରିଛି । ଏହାରି ଭିତରେ ନିକଟରେ ବିଜେଡି ଛାଡ଼ିଥିବା ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସୋମବାର ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ସ୍ବାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ପ୍ରକାଶ ଯେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଗତ ଗୁରୁବାର ବିଜେଡିକୁ ବାଏ ବାଏ କରିଦେଇଥିଲେ । କେବଳ ସେ ନୁହନ୍ତି, ତାଙ୍କ ସହ ତାଙ୍କ ସ୍ବାମୀ ସରୋଜ ପାଣିଗ୍ରାହୀ ବି ବିଜେଡି ଛାଡ଼ିଥିଲେ । ଉଭୟ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋଙ୍କୁ ପାଖକୁ ପଠାଇଥିଲେ । ଜ୍ୟୋତି ପାଣିଗ୍ରାହୀ ସୁନ୍ଦରଗଡ଼ ବିଜେଡିର ପର୍ଯ୍ୟବେକ୍ଷକ ଥିଲେ । ତେବେ ଇସ୍ତଫା ପରେ ସେ କହିଥିଲେ ଯେ ବିଜେଡିରେ ଆଉ ଗଣତନ୍ତ୍ର ନାହିଁ । ଦଳର ନେତାଙ୍କୁ ଆଉ ଭେଟି ହେଉନାହିଁ । ସେହିପରି ସରୋଜ କହିଥିଲେ ଯେ ତାଙ୍କୁ ଦଳରେ ଅବହେଳା ଓ ଅଣଦେଖା କରାଯାଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking