29.1 C
Bhubaneswar
Wednesday, May 1, 2024
Homeଓଡିଶାଚଳିତବର୍ଷ ଭକ୍ତ ନବଯୌବନ ଦର୍ଶନ କରିବା ସୌଭାଗ୍ୟରୁ ବଞ୍ଚିତ ହେବା ସମ୍ଭାବ

ଚଳିତବର୍ଷ ଭକ୍ତ ନବଯୌବନ ଦର୍ଶନ କରିବା ସୌଭାଗ୍ୟରୁ ବଞ୍ଚିତ ହେବା ସମ୍ଭାବ

ପୁରୀ: ଶ୍ରୀମନ୍ଦିରରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ପାଳନ ପୂର୍ବକ ନୂଆ ପାଞ୍ଜି ପ୍ରଚଳନ ହୋଇଛି। ତେବେ ପ୍ରଚଳିତ ପାଞ୍ଜିରେ ପର୍ବପର୍ବାଣିର ତିଥ୍, ନକ୍ଷତ୍ର, ଗ୍ରହଚଳନକୁ ନେଇ ଅଡ଼ୁଆ ସ୍ଥିତି ଉପୁଜିଛି । ଚଳିତବର୍ଷ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି । ତେଣୁ ଚଳିତବର୍ଷ ଭକ୍ତମାନେ ନବଯୌବନ ଦର୍ଶନ କରିବା ସୌଭାଗ୍ୟରୁ ବଞ୍ଚିତ ହେବା ସମ୍ଭାବନା ଦେଖାଦେଇଛି । ଏଣୁ ପୂର୍ବରୁ ଏଭଳି ସଂଯୋଗ ବେଳେ କେଉଁଭଳି ନୀତିକାନ୍ତି କରାଯାଇଛି, ତାର ତର୍ଜମା ପରେ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆଣି ସିଂହଦ୍ବାରକୁ ତିନିରଥର ବିଜେ ପର୍ବ ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି I ଗତ ଫେବ୍‌ରୁଆରିରେ ଶ୍ରୀମନ୍ଦିର ପାଞ୍ଜି ସମନ୍ଵୟ ବୈଠକ ବସିଥିଲା। ଏଥିରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହ ମୁକ୍ତିମଣ୍ଡପ ପଣ୍ଡିତସଭାର ବ୍ରାହ୍ମଣ ଓ ଅନ୍ୟ ପାଞ୍ଜିର ଗଣନାକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ବିସ୍ତୃତ ଆଲୋଚନା ପରେ ଶ୍ରୀମନ୍ଦିର ନୀତିକାନ୍ତି ଚୂଡ଼ାନ୍ତ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଚଳିତବର୍ଷ ଅଣସର ନୀତି ୧୫ ଦିନ ପରିବର୍ତ୍ତେ ୧୩ ଦିନ ପଡ଼ୁଛି । ଉଭାଯାତ୍ରା ଓ ନେତ୍ରୋତ୍ସବ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ପଡ଼ୁଛି। ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରାତ୍ରିରୁ ଅନେକ ନୀତିକାନ୍ତି ରହିଥିବାରୁ ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ନବଯୌବନ ଦର୍ଶନ ବନ୍ଦ ରହିବା ସମ୍ଭାବନା ରହିଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତଙ୍କ କହିବା ମୁତାବକ, ଚଳିତବର୍ଷ ଜୁଲାଇ ୭ ତାରିଖରେ ରଥଯାତ୍ରା ସହ ଉଭା ଯାତ୍ରା ଓ ନେତ୍ରୋତ୍ସବ ବି ଅନୁଷ୍ଠିତ ହେବ । କ୍ଷୟ ପଡୁଥିବାରୁ ଅଣସର ୧୫ ଦିନ ପରିବର୍ତ୍ତେ ୧୩ ଦିନ ଅନୁଷ୍ଠିତ ହେବ। ଠାକୁର ନବଯୌବନ ହେବେ ସତ, କିନ୍ତୁ ଦର୍ଶନ କିଭଳି ହେବ, ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ହେବ। ଏଥର ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ବି ୯ ଦିନରେ ଶେଷ ହେବ । ନବମ ଦିନରେ ଶ୍ରୀବିଗ୍ରହ ରଥାରୁଢ଼ ହୋଇ ବାହୁଡ଼ାଯାତ୍ରା କରିବେ । ସେହିଦିନ ରଥରେ ରହିବାପରେ ସୁନାବେଶ ଓ ଅଧରନୀତି ହୋଇ ଶ୍ରୀମନ୍ଦିରକୁ ଫେରିବେ । ଦିନ କ୍ଷୟ କାରଣରୁ ଏଥର କାର୍ତ୍ତିକ ମାସରେ ପଞ୍ଚୁକ ବି ୪ ଦିନ ପାଳନ ହେବ। ଚତୁର୍ଦ୍ଦଶୀରେ ଠାକୁରଙ୍କ ରାଜାଧରାଜ ବା ସୁନାବେଶ ହେବ । ପ୍ରତିବର୍ଷ ଚତୁର୍ଦ୍ଦଶୀରେ ଲକ୍ଷ୍ମୀ-ନୃସିଂହ ବେଶ ହୋଇଥାଏ । ପୂର୍ଣ୍ଣିମାରେ ରାଜାଧରାଜ ବା ସୁନାବେଶ ହୋଇଥାଏ। କିନ୍ତୁ ଲକ୍ଷ୍ମୀ-ନୃସିଂହ ବେଶ ଏଥର ହେବନି। ଏହି ଦିନ ରାଜାଧୁରାଜ ହେବ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking