32.1 C
Bhubaneswar
Friday, April 26, 2024
Homeଅପରାଧନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୫ ବର୍ଷ ଜେଲ୍‌, ୨୦ ହଜାର ଫାଇନ୍‌

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୫ ବର୍ଷ ଜେଲ୍‌, ୨୦ ହଜାର ଫାଇନ୍‌

ଫୁଲବାଣୀ : ଫୁଲବାଣୀ ସ୍ୱତନ୍ତ୍ର ପକ୍ସୋକୋର୍ଟରେ ବିଚାରପତି ସଞ୍ଜିତ କୁମାର ବେହେରା ମଙ୍ଗଳବାର ଏକ ନାବାଳିକା ଦୁଷ୍କର୍ମ ମାଲାର ବିଚାର କରି ଅଭିଯୁକ୍ତକୁ ୨୫ବର୍ଷ ଜେଲ୍ ସହ ୨୦ ହଜାର ଟଙ୍କାର ଜୋରିମାନା ଆଦେଶ ଦେଇଛନ୍ତି । ଅଭିଯୁକ୍ତ ଦାରିଙ୍ଗିବାଡ଼ି ଥାନା ଅଞ୍ଚଳର ଜିରୀମ ପ୍ରଧାନ(୨୭) । ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ପାଇଁ ଆଦେଶ ଦେଇଛନ୍ତି । ଏଥିସହିତ ଏହି ଘଟଣାରେ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ ସରକାରଙ୍କୁ ସୁପାରିଶ୍ କରିଥିବା ଉକ୍ତ କୋର୍ଟର ସ୍ୱତନ୍ତ୍ର ପିପି ଅସିମ୍ ପ୍ରହରାଜ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ୨୦୧୯ ମସିହା ଜୁନ୍ ୪ରେ ଦାରିଙ୍ଗବାଡ଼ି ଥାନାରେ ଏତଲା ଦିଆଯାଇଥିବା ବେଳେ ପୁଲିସ୍ କେସ ନଂ ୫୪ା୧୯ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା ।

ନାବାଳିକା ଜଣକ ସେହି ସମୟରେ ୧୩ ବର୍ଷର ଥିବାବେଳେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ବିଦ୍ୟାଳୟକୁ ଯିବା ସମୟରେ ଅଭିଯୁକ୍ତ ଜଣକ ବିଭିନ୍ନ ସମୟରେ ନାବାଳିକାଙ୍କୁ ଚକଲେଟ୍ ଦେବା ବାହାନାରେ ଏକାଧିକ ଥର ଦୁଷ୍କର୍ମ କରିଥିଲା । ବାରମ୍ବାର ଦୁଷ୍ମର୍ମ ଯୋଗୁଁ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ । ଏହି ଘଟଣାକୁ ନେଇ ସେହି ସମୟରେ ଗ୍ରାମରେ ଏକ ବୈଠକ ବସିଥିବା ବେଳେ ବୈଠକରେ ଅଭିଯୁକ୍ତ ଜଣକ ତାହାର ଦୋଷ ସ୍ୱୀକାର କରିବା ସହିତ ବୟସ ହେଲେ ଉକ୍ତ ନାବାଳିକାକୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଗାଁରେ ହୋଇଥିବା ବୈଠକରେ ନିଷ୍ପତ୍ତି ପ୍ରକାରେ ଅଭିଯୁକ୍ତ ଜଣକ ଉକ୍ତ ନାବାଳିକାକୁ ତାଙ୍କ ନିଜ ଘରକୁ ନେଇଥିଲେ ମଧ୍ୟ ପ୍ରାୟ ୫ଦିନ ପରେ ପୁଣିଥରେ ନେଇ ନାବାଳିକାଙ୍କୁ ତାଙ୍କ ପରିବାର ପାଖରେ ଛାଡ଼ିଦେଇଥିଲା । ଏ ନେଇ ପୀଡ଼ିତାଙ୍କ ମାଆ ଦାରିଙ୍ଗିବାଡ଼ି ଥାନାରେ ଏତଲା ଦେଇଥିବାବେଳେ ଏହାର କିଛିଦିନ ପରେ ନାବାଳିକା ଜଣକ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ । ଆଜି ଏହି ମାମଲାର ବିଚାର କରି ବିଚାରପତି ୧୩ ଜଣଙ୍କ ବୟାନ୍ ସହିତ ଡାକ୍ତରୀ ରିପୋର୍ଟ ଓ ଅନ୍ୟାନ୍ୟ ତଥ୍ୟ ପ୍ରକାରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking