31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶବାହାରେ ମଇଳା ଫୋପାଡ଼ିଲେ ଗଣିବାକୁ ପଡ଼ିବ ତଣ୍ଡ

ବାହାରେ ମଇଳା ଫୋପାଡ଼ିଲେ ଗଣିବାକୁ ପଡ଼ିବ ତଣ୍ଡ

ଯୋଦ୍ଧପୁର : ବାହାରେ ମଇଳା ଫୋପାଡ଼ିଲେ ଜରିମାନା । ଏବେ ବାହାରେ ମଇଳା ଫୋପାଡ଼ିଲେ ୧୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିବ । ସହରର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ କରୋଠ ନୀତି ଆଣିଛି ଯୋଦ୍ଧପୁର ମ୍ୟୁନିସିପାଲିଟି କର୍ପୋରେସନ୍ ଦକ୍ଷିଣ । ବାହାରେ ମଇଳା ଫୋପାଡ଼ୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରିବେଶ ସୁରକ୍ଷା ଅଧିନିୟମ -୧୯୮୬ ଅଧୀନରେ ଥିବା ସଲିଡ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ -୨୦୧୬ ଅନୁସାରେ ବାହାରେ ମଇଳା ଫୋପାଡ଼ୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯୋଦ୍ଧପୁର ମ୍ୟୁନିସିପାଲିଟି କର୍ପୋରେସନ୍ ଦକ୍ଷିଣର ସମସ୍ତ ଚାରୋଟି ଜୋନରେ ଆବର୍ଜନା ପକାଉଥିବା ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ଅମିତ ଯାଦବ ।

ନିର୍ଦ୍ଦେଶ ଅନୁସାରେ କୌଣସି ବ୍ୟକ୍ତି କର୍ପୋରେସନ୍ ଅଞ୍ଚଳର ଚାରିଟି ଜୋନରେ ଅଳିଆ ଫିଙ୍ଗିବାର ଦେଖାଗଲେ, ତାଙ୍କଠାରୁ ୧୦୦ ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ମ୍ୟୁନିସିପାଲିଟି କର୍ପୋରେସନ୍ ଦକ୍ଷିଣର ଚାରିଟି ଜୋନରେ ୧୦-୧୦ ଜଣଙ୍କ ଉପରେ ଜରିମାନା ଲଗାଇବାକୁ କମିଶନର ଟାର୍ଗେଟ ଦେଇଛନ୍ତି। ତେବେ ଜରିମାନା ଆଦାୟ ପାଇଁ ଆଜିଠାରୁ କାର୍ଯ୍ୟ ଆରମ୍ଭ ହେବ । ମ୍ୟୁନିସିପାଲିଟି କର୍ପୋରେସନ୍ ଦକ୍ଷିଣରେ ଚାରୋଟି ଜୋନର ସଫେଇ ଦାୟିତ୍ୱ ରମେଶ ଗିରି, ସୁଶୀଲ ଘୋଷ, ବିମଲ ଧାରୁ ଏବଂ ସର୍ଦ୍ଦାର ବାରାସାଙ୍କ ଉପରେ ନ୍ୟସ୍ତ କରାଯାଇଛି । ବର୍ତ୍ତମାନ ଏହି ଚାରି ଜଣ କ୍ଲିନିଂ ଇନ୍-ଚାର୍ଜ ନିଜ ନିଜ ଜୋନର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବେ । ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଆଦାୟ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking