40.1 C
Bhubaneswar
Wednesday, April 24, 2024
Homeଅପରାଧଛୁଆଙ୍କ ସାମ୍ନାରେ ସ୍ୱାମୀଙ୍କ ସାଥିରେ ସ୍ତ୍ରୀ ଏପରି....

ଛୁଆଙ୍କ ସାମ୍ନାରେ ସ୍ୱାମୀଙ୍କ ସାଥିରେ ସ୍ତ୍ରୀ ଏପରି….

ଗୁରୁଗ୍ରାମ: ଆଖି ସାମ୍ନାରେ ବାପାଙ୍କ ମୃତ୍ୟୁ ଦେଖି ଭୟଭୀତ ହୋଇଯାଇଥିଲେ ଛୁଆ। ନା କିଛି କହିପାରୁଥିଲେ ନା ବାପାଙ୍କୁ ବଞ୍ଚାଇ ପାରିଥିଲେ। ଆଖିରୁ ଲୁହ ଗଡ଼ାଇବା ଛଡ଼ା ସେମାନଙ୍କ ପାଖରେ ଆଉ କିଛି ଉପାୟ ନଥିଲା। ସବୁଠାରୁ ବଡ଼ କଥା ହେଲା, ସେମାନଙ୍କ ବାପାଙ୍କ ହତ୍ୟାକାରୀ ଆଉ କେହି ନଥିଲେ ବରଂ ନିଜ ମା’ ଥିଲେ। ଦୁଇ ଛୁଆଙ୍କ ସାମ୍ନାରେ ସ୍ୱାମୀଙ୍କୁ ଛୁରୀ ଭୂଷି ଜଣେ ମହିଳା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରୋଇ କଳିକୁ କେନ୍ଦ୍ର କରି ସମ୍ପୃକ୍ତ ମହିଳା ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ହେଲେ ଏହା ଏକ ମର୍ଡର ନୁହେଁ ବରଂ ଦୁର୍ଘଟଣା ଥିଲା ବୋଲି ମହିଳା ଜଣକ କହିଛନ୍ତି। ଗୁରୁଗ୍ରାମରେ ଏହି ଘଟଣା ଘଟିଛି। ମୃତକ ହେଲେ ୩୯ ବର୍ଷୀୟ ସଚିନ କୁମାର। ସେ ଜଣେ ଇଞ୍ଜିନିୟର ଥିଲେ।

ଶୁକ୍ରବାର ଜ୍ୟୋତି ପାର୍କ କଲୋନୀରେ ଏହି ଘଟଣା ଘଟିଛି। କୌଣସି କାରଣକୁ ନେଇ ସଚିନ ଓ ତାଙ୍କ ପତ୍ନୀ ଗୁଞ୍ଜନ କୁମାରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଚିନଙ୍କୁ ତାଙ୍କ ପତ୍ନୀ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ଭାଇଙ୍କୁ ଭାଉଜ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ସଚିନଙ୍କ ଭାଇ। ଘଟଣାରେ ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ହତ୍ୟାକାରୀ ଭାଉଜକୁ ତୁରନ୍ତ ଗିରଫ କରାଯାଇ ଭାଇକୁ ନ୍ୟାୟ ମିଳୁ ବୋଲି ସଚିନଙ୍କ ଦୁଇ ଭଉଣୀ ଅପିଲ୍‌ କରିଛନ୍ତି।

ବାପାର ମୃତ୍ୟୁ ଦେଖି ସଚିନଙ୍କ ୧୧ ବର୍ଷୀୟ ଝିଅ ଭୟଭୀତ ହୋଇଯାଇଛନ୍ତି। ଅଜାଣତରେ ବାପାଙ୍କ ଶରୀରରେ ଛୁରୀ ଭୁଷି ହୋଇଯାଇଥିବା ସଚିନଙ୍କ ଝିଅ କହିଛନ୍ତି। ହେଲେ ଏହା ସତ ନୁହେଁ। କାରଣ ଯାହା ଶିଖାଯାଇଛି ତାହା କହିବା ପାଇଁ ସଚିନଙ୍କ ପତ୍ନୀ ଛୁଆଙ୍କୁ କହିଥିବା ସଚିନଙ୍କ ଭଉଣୀ ଅଭିଯୋଗ ଆଣି ଏହା କହିଛନ୍ତି। ପତ୍ନୀଙ୍କ ଦ୍ୱାରା ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ସଚିନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଶରୀରରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking