32.1 C
Bhubaneswar
Friday, April 26, 2024
Homeଓଡିଶାଆତ୍ମହତ୍ୟା ଉଦ୍ୟମ ଘଟଣା; ଆଖି ବୁଜିଲେ ମା’,ଝିଅ

ଆତ୍ମହତ୍ୟା ଉଦ୍ୟମ ଘଟଣା; ଆଖି ବୁଜିଲେ ମା’,ଝିଅ

ଝାରସୁଗୁଡ଼ା : ମା’ ଓ ୫ଭାଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ, ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ମା’ ଓ ଝିଅଙ୍କ ମୃତ୍ୟୁ । ୩୧ବର୍ଷୀୟ ଝିଅ ଓ ୫୮ବର୍ଷୀୟ ମା’ଙ୍କ ମୃତ୍ୟୁ । ଗତକାଲି ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ବଡ଼ପୁଅର ମୃତ୍ୟୁ ହୋଇଥିଲା । ଫିନାଇଲ୍ ପିଇ ଗୁରୁତର ୫ଜଣଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ।
ସୂଚନାଯୋଗ୍ୟ, ଦୁଇଦିନ ତଳେ ଫିନାଇଲ୍ ପିଇ ପରିବାରର ୫ଜଣ ସଦସ୍ୟ ଗୁରୁତର ହୋଇଥିଲେ । ଗତ ୧ ତାରିଖରେ ସାନ ଭାଇ ଦୀପକ ବିଶ୍ୱାଳଙ୍କର ମୃତ୍ୟୁ ହେବା ପରେ ଦୁଃଖରେ ଭାଙ୍ଗିପଡ଼ି ପରିବାରର ସଦସ୍ୟ ମା ପୁଷ୍ପବତୀ, ଭାଇ ଶ୍ରୀକାନ୍ତ (୩୩) ଭଉଣୀ ଲିଲି (୩୮), ପିଙ୍କି(୩୦), ବନ୍ଦିତା( ୩୫) ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପଡ଼ୋଶୀମାନେ ଏ ବାବଦରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ତେବେ ଲିଲି ଓ ଶ୍ରୀକାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା ।
https://onakhabar.com/2020/06/03/elder-brother-died/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking