38.1 C
Bhubaneswar
Friday, April 26, 2024
Homeଓଡିଶାକ୍ୱାରେଣ୍ଟାଇନ୍ ସେଣ୍ଟରରେ ଅସୁସ୍ଥ ପରେ ଯୁବକଙ୍କ ମୃତ୍ୟୁ

କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅସୁସ୍ଥ ପରେ ଯୁବକଙ୍କ ମୃତ୍ୟୁ

ବାଳେଶ୍ୱର : କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅସୁସ୍ଥ ପରେ ଯୁବକଙ୍କ ମୃତ୍ୟୁ । ଗତ ରାତିରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ ଯୁବକ । ଆମ୍ବୁଲାନ୍ସକୁ ଡ଼ାକିଥିଲେ ମଧ୍ୟ ଆସିନଥିଲା । ଶେଷରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଯୁବକଙ୍କୁ ବାଇକଯୋଗେ ସୋର ଗୋଷ୍ଠୀସ୍ୱାସ୍ଥ୍ୟ ନେଇଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ଜଳଦା ଗ୍ରାମରେ ଘଟିଛି ।
ସୂଚନା ଅନୁଯାୟୀ, ଖଇରା ଥାନା ଜଳଦା ଗ୍ରାମର ଗୋବିନ୍ଦ ମଳିକଙ୍କ ପୁଅ ବିପିନ ବିହାରି ମଳିକ ମୁମ୍ବାଇରୁ ଗତକିଛି ବର୍ଷ ଧରି କାମ କରୁଥିଲେ । ଗତ ୨୭ତାରିଖରେ ବିପିନ ତାଙ୍କ ବଡ଼ ଭାଇଙ୍କ ସହିତ ମୁମ୍ବାଇରୁ ଫେରି ୨୯ତାରିଖରେ ଭଦ୍ରକରେ ପହଂଚିବା ପରେ ଭଦ୍ରକ ଷ୍ଟେସନରୁ ସିଧା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଗତକାଲି ରାତିରେ ଅସୁସ୍ଥତା ଅନୁଭବ କରିଥିଲେ । ଏହାପରେ ତାଙ୍କ ବଡ଼ ଭାଇ ୧୦୮କୁ ଯୋଗାଯୋଗ କରିଥିଲେ । ହେଲେ ଆମ୍ବୁଲାନ୍ସ ଆସିନଥିଲା । ଏହାପରେ ତାଙ୍କ ବଡ଼ଭାଇ ଏକ ବାଇକ୍ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବିପିନଙ୍କ ମୃତ୍ୟୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking