29.1 C
Bhubaneswar
Thursday, April 25, 2024
Homeଓଡିଶାବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେନ୍ଦୁଝର ଟାଉନ ଥାନା ସିଲୁଆଁ ଛକ ନିକଟରେ କେହି ଜଣେ ଏକ ସଦ୍ୟ ନବଜାତ ଶିଶୁ ପୁତ୍ରକୁ ଫିଙ୍ଗି ଦେଇଥିବାର ଦେଖିବାକୁ ମିଳିଛି । ସକାଳୁ ପ୍ରାତଃ ଭ୍ରମଣରେ ଚାଲୁଥିବା ଲୋକମାନେ ଶିଶୁର କାନ୍ଦ ଶୁଣି ପାଖକୁ ଯାଇ ଦେଖିଥିଲେ । ପରେ ସ୍ଥାନୀୟ ଆଶା ଦିଦିଙ୍କ ସହ ଚାଇଲଡ଼ ଲାଇନକୁ ଖବର ଦେଇଥିଲେ । ପ୍ରଥମେ ଆଶା ଦିଦି ସେଠାରେ ପହଞ୍ଚି ଶିଶୁପୁତ୍ରଟିକୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ରାତିସାରା ଖୋଲାରେ ପଡ଼ିଥିବା ହେତୁ ଶିଶୁର ପାଟି ଓ ଆଖି ପାଖରେ ପିମ୍ପୁଡ଼ି କାମୁଡ଼ି ଥିବା ଦେଖିବାକୁ ମିଳିଥିଲା । ଏବେ ଶିଶୁର ଦେହ ଭଲ ଥିବା କୁହାଯାଉଛି।ଏହି ଘଟଣା ଏବେ କେନ୍ଦୁଝର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ କିଏ ଏହି ଶିଶୁ ପୁତ୍ରକୁ ଫିଙ୍ଗି ଦେଇଥିଲେ ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିବାର ଖବର ମିଳିଛି।
https://onakhabar.com/2020/06/04/migrant-worker-stayed-in-quarentine-dead-in-soro/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking