26.1 C
Bhubaneswar
Wednesday, May 8, 2024
Homeଓଡିଶାରାସ୍ତା ମଝିରେ ବସ ଡ୍ରାଇଭରକୁ ନିରଧୁମ ପିଟିଲେ ଦମ୍ପତି

ରାସ୍ତା ମଝିରେ ବସ ଡ୍ରାଇଭରକୁ ନିରଧୁମ ପିଟିଲେ ଦମ୍ପତି

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବେହେରାମାଲ ଛକ ନିକଟରେ ଏକ ଦମ୍ପତି ଜଣେ ବସ ଡ୍ରାଇଭରଙ୍କୁ ନିରଧୁମ ପିଟୁଥିବା ଭିଡ଼ିଓ ଭାଇରାଲ ହୋଇଛି l ସୂଚନା ଅନୁଯାୟୀ, ଏହି ଦମ୍ପତି ନିଜ କାରରେ ବେହେରାମାଲ ପଟେ ଆସୁଥିବାବେଳେ ହୋଟେଲ ମେଘଦୁତ ହୋଟେଲ ନିକଟରେ ଏକ ବସ ତାଙ୍କ କାରକୁ ଧକ୍କା ଦେଇଥିଲା l ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଜଣକ ଅଟକିବା ପରିବର୍ତ୍ତେ ଦ୍ରୁତ ଗତିରେ ବସ ଚଳାଇ ଫେରାର ହେବା ପାଇଁ ଚେଷ୍ଟା କରିଥିଲା l ହେଲେ ସ୍ୱାମୀ ସ୍ତ୍ରୀ ବସଟିକୁ ପିଛା କରି କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ବେହେରାମାଲ ଛକ ନିକଟରେ ବସ ଟିକୁ ଅଟକାଇଥିଲେ l ଏହାପରେ ମହିଳା ଜଣକ ବସ ଉପରକୁ ଚଢ଼ୀ ଯାଇ ଡ୍ରାଇଭରକୁ ବାଡେଇ ଥିବାବେଳେ ତାଙ୍କ ସ୍ୱାମୀ ଡ୍ରାଇଭରକୁ ତଳକୁ ଟାଣି ଆଣିଥିଲେ l ଏହାପରେ ଉଭୟ ସ୍ୱାମୀ ସ୍ତ୍ରୀ ବିଚ ରାସ୍ତା ଉପରେ ଡ୍ରାଇଭରଙ୍କୁ ମାଡ ମାରିଥିଲେ l ଏହି ଭିଡିଓ ବର୍ତମାନ ସୋଇସିଆଲ ମିଡିଆରେ ଭାଇରାଲ ହେବାପରେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking