28.1 C
Bhubaneswar
Saturday, April 20, 2024
Homeଓଡିଶାଯୁକ୍ତ ଦୁଇ ଆଡମିଟ କାର୍ଡ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏସ୍ଓପି ଜାରି

ଯୁକ୍ତ ଦୁଇ ଆଡମିଟ କାର୍ଡ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏସ୍ଓପି ଜାରି

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଯୁକ୍ତ ଦୁଇ ପ୍ରାକ୍ଟିକାଲ ରେକର୍ଡ ସଂଗ୍ରହ ଓ ଆଡମିଟ କାର୍ଡ ପ୍ରଦାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଆସନ୍ତା ୨୫ ତାରିଖରୁ ସାମ୍ସ ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନ୍‌ଲୋଡ କରିପାରିବେ । ଯଦି କରିନପାରିବେ, ନିଜ ନିଜ କଲେଜରୁ ସଂଗ୍ରହ କରିବେ । ଏହି ସମୟରେ ଏସ୍ଓପି ମାନିବାକୁ ପଡ଼ିବ। ସାମ୍ସ ୱେବସାଇଟ୍‌ରୁ ଆଡମିଟ କାର୍ଡ ଡାଉନ୍‌ଲୋଡ କରିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରାକ୍ଟିକାଲ ରେକର୍ଡ ବା ପ୍ରୋଜେକ୍ଟ ରେକର୍ଡ ଦାଖଲ ବେଳେ ମଧ୍ୟ ଏସ୍ଓପି ମାନି କଲେଜ ଯିବେ ଛାତ୍ରଛାତ୍ରୀ । ନିଜେ ନ ଯାଇ ପାରିଲେ ନିଜର ଆଇକାର୍ଡ ସହ ଅନ୍ୟ ଦ୍ୱାରା ପଠାଇ ପାରିବେ । ଆଡମିଟ୍ କାର୍ଡ ସଂଗ୍ରହ ଓ ପ୍ରାକ୍ଟିକାଲ ରେକର୍ଡ ଦାଖଲ ବେଳେ କୋଭିଡ ନିୟମ ମାନିବା ଜରୁରୀ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking