28.1 C
Bhubaneswar
Saturday, April 27, 2024
Homeଓଡିଶାବେଲପାହାଡ଼ ପୌରାଞ୍ଚଳରେ ଜଳ ସମସ୍ୟା : ସାମାଜିକ ଦୂରତ୍ୱକୁ ଫୁ

ବେଲପାହାଡ଼ ପୌରାଞ୍ଚଳରେ ଜଳ ସମସ୍ୟା : ସାମାଜିକ ଦୂରତ୍ୱକୁ ଫୁ

ଝାରସୁଗୁଡ଼ା : ଗ୍ରୀଷ୍ଣଋତୁ ଆରମ୍ଭ ହେଉଣୁ ବେଲପାହାଡ ପୌରାଞ୍ଚଳରରେ ଜଳ ସଙ୍କଟ ଦେଖାଦେଲାଣି । ବେଲପାହାଡ଼ର ୬ ଓ ୯ ନମ୍ବର ୱାଡ଼ରେ ଲୋକେ ଏବେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ ସରକାର ଲକ୍ ଡାଉନ ଘୋଷଣା କରି ସମସ୍ତଙ୍କୁ ସମାଜିକ ଦୂରତ୍ୱ ବଜାୟ ରଖିବା ସହ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ପାଣି ଅଭାବରେ ଏହି ୱାର୍ଡବାସୀ ଘରୁ ବାହରିବା ପାଇଁ ବାଧ୍ୟ ହେଉଛନ୍ତି । ଏହି ୱାର୍ଡଗୁଡିକରେ ୯ଶହରୁ ଊର୍ଦ୍ଧ୍ୱ ଲୋକ ରହୁଥିବାବେଳ କେବଳ ଗୋଟିଏ ଦୁଇଟି ନଳ କାମ କରୁଛି । ଫଳରେ ଏହି ଦୁଇଟି ୱାର୍ଡ ଲୋକେ ପାଣି ଆଣିବାକୁ ଗଲେ ସାମାଜିକ ଦୂରତ୍ୱ ବଜାୟ ରଖିପାରୁ ନାହାନ୍ତି । କାଳେ ପାଣି ଶେଷ ହୋଇଯିବ ସେହି ଭୟରେ ଲୋକେ ଏକା ସାଙ୍ଗରେ ପାଣି ଭରିବାକୁ ଉଦ୍ୟମ କରୁଛନ୍ତି । ଫଳରେ କରୋନା ମୁକାବିଲା ପାଇଁ ସରକାରଙ୍କ ସାମାଜିକ ଦୂରତ୍ୱ ଅବଲମ୍ବନ ଏଠି ଉଲ୍ଲଂଘନ ହେଉଛି । ଅନ୍ୟପଟେ ପୌରାଞ୍ଚଳର ସମସ୍ତ ଲୋକଙ୍କ ଘରକୁ ପାଣି ଯୋଗାଇବା ପାଇଁ ଆରମ୍ଭ ହୋଇଥିବା କାମ ଏଯାଏଁ ଶେଷ ହୋଇନାହିଁ ।
ଅନେକ ସ୍ଥାନରେ ରାସ୍ତା ଖୋଳି ପାଣି ପାଇପ ପୋତା ଯାଇଛି ହେଲେ ଘରକୁ ପାଣି ଏପର୍ଯ୍ୟନ୍ତ ଆସି ନାହିଁ । ଅନ୍ୟପଟେ ବେଲପାହାଡ ଅଞ୍ଚଳରେ ଶିଳ୍ପ ଓ ଖୋଲାମୁହଁ କୋଇଲା ଖଣି ଥିବାରୁ ଏଠାରେ ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି । ଫଳରେ ଖରାଦିନ ଆରମ୍ଭ ହେଉ ହେଉ ନଳକୂପ, କୂଅ ଆଦି ଶୁଖିଯାଉଛି । ତେଣୁ ଲୋକେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ଶୀଘ୍ର ପାଣି ପାଇପ ସଂଯୋଗ କରି ଲୋକଙ୍କ ଘରକୁ ଜଳ ଯୋଗାଣର ସୁବିଧା କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି । ସେମାନେ କହିଛନ୍ତି ଏବେଠାରୁ ପାଣି ସମସ୍ୟା ଉତ୍ପନ୍ନ ହେଲାଣି । ମେ’ ମାସରେ ଅବସ୍ଥା ଆହୁରି ସାଙ୍ଘାତିକ ହେବ । ତେଣୁ ଖରାଦିନେ ଲୋକେ ପାଣି ଅଭାବରେ ମୃତ୍ୟୁ ବରଣ କରିବା ପୂର୍ବରୁ ପୌରାଞ୍ଚଳରେ ବସବାସ କରୁଥିବା ସମସ୍ତ ଲୋକଙ୍କ ଘରେ ପାଣି ଯୋଗାଇବାର ବ୍ୟବସ୍ଥା କରାଯାଉ ବୋଲି ଲୋକେ ଦାବି କରିଛନ୍ତି । ଏ ବିଷୟରେ ପୌର ଅଧିକାରୀ ଲୋକନାଥ ତିୱାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଜଳ ସଙ୍କଟ ଦେଖା ଦେଇଥିବା ୱାର୍ଡଗୁଡିକୁ ଗୋଟିଏ ଲେଖାଁଏ ପାଣି ଟ୍ୟାଙ୍କର ପଠାଯାଉଛି । ଆଗାମୀ ଦିନରେ ଏହାକୁ ବୃଦ୍ଧି ମଧ୍ୟ କରାଯିବ । ଏହାସହ ଲୋକଙ୍କ ଘରେ ଘରେ ପାଣି ପାଇପ ସଂଯୋଗ କରାଯାଇ ପାଣି ଯୋଗାଣ କାର୍ଯ୍ୟ କରାଯାଉଛି । ତେଣୁ ଆଗାମୀ ଦିନରେ ବେଲପାହାଡ଼ ପୌରାଞ୍ଚଳରେ ପାଣି ସମସ୍ୟା ଦେଖାଯିବ ନାହିଁ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking